/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649247628.jpg)
Aparajita Sarangi
ଭୁବନେଶ୍ୱର ସହରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର । ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ର ମଂଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସୂଚନା ଦେଇଛନ୍ତି । କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଗୋଟିଏ ଫ୍ଲାଇଓଭର ନିର୍ମାଣ ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ୍ ବୋଲି କହିଛନ୍ତି ଅପରାଜିତା । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କଠାରୁ ଅନୁମତି ମିଳି ସାରିଛି ।
Advertisment
କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍କୁ ମଧ୍ୟ ମଂଜୁରୀ ମିଳିଥିବା ସୂଚନା । ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍ ରୋଡ୍ । କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏସବୁ ପ୍ରକଳ୍ପ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୂର୍ବରୁ ନିବେଦନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)