• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 07 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ବିନା ଦର୍ଶକରେ ବାରବାଟୀରେ ହେବ ଟି-଼ଟ୍ୱେଣ୍ଟି ମ୍ୟାଚ୍‌

ପରିସ୍ଥିତିକୁ ଦେଖି ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା କହିଛନ୍ତି ସିଇଓ ସୁବ୍ରତ ବେହେରା । More
  • Satyendu Shekher Mishra
  • 3 years ago

ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ, ମିଳିବ ଡାଇରେକ୍ଟ ଆପଏଣ୍ଟମେଣ୍ଟ

୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍‌ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ । More
  • Sarbeswar
  • 3 years ago

ପୁଣି ବିବାଦରେ ମନ୍ତ୍ରୀ ପ୍ରତାପ ଜେନା, ମହିଳାଙ୍କ ଆଗରେ କହିଲେ ଅଶ୍ଲୀଳ ଭାଷା

ଆଇନ ମନ୍ତ୍ରୀ ପ୍ରତାପ ଜେନା ପୁଣି ବିବାଦ ଘେରକୁ ଆସିଛନ୍ତି । ନିଜର ଚିରାଚରିତ ଢଙ୍ଗରେ ସର୍ବସାଧାରଣ ସ୍ଥାନରେ ସେ ମହିଳାଙ୍କ ଆଗରେ ବି ଅଶ୍ଲୀଳ ଭାଷା କହିବାକୁ ସଙ୍କୋଚ କରୁନାହାନ୍ତି । କ୍ୟାମେରାରେ କଏଦ୍ ହୋଇଛି ମନ୍ତ୍ରୀଙ୍କ ଭାଷା । କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀଙ୍କର ଚଏସ୍ ଏମିତି। More
  • Satyendu Shekher Mishra
  • 3 years ago

ବିଜେଡି ନେତାଙ୍କୁ ଗ୍ରାସୁଛି କରୋନା

ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍‌ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । More
  • Sarbeswar
  • 3 years ago

ବଢୁଛି ସଂକ୍ରମଣ : ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ More
  • Sarbeswar
  • 3 years ago

ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ମାଲିକଙ୍କ ଟଙ୍କା ହଡ଼ପ୍‌ କରିବାକୁ ଯାଇ ଧରାପଡ଼ିଲେ More
  • Sarbeswar
  • 3 years ago

କରୋନା ସ୍କୁଲ ବନ୍ଦ : କେମିତି ମାଟ୍ରିକ୍‌ ପରୀକ୍ଷା ଦେବେ ପିଲା?

କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା More
  • Satyendu Shekher Mishra
  • 3 years ago

BJDର ଟଙ୍କା ବଣ୍ଟା ପର୍ବ ଆରମ୍ଭ ! ଘରକୁ ଘର ବୁଲି ଷ୍ଟିକର ମାରୁଛନ୍ତି ନେତା-ମନ୍ତ୍ରୀ

ବିଜୁ ପକ୍କାଘର ହିତାଧୀକାରୀଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟିକର୍ । ଗାଁ କୁ ଗାଁ ଘରକୁ ଘର ବୁଲି ଷ୍ଟିକର ଲଗାଉଛନ୍ତି ମନ୍ତ୍ରୀ ଓ ଦଳୀୟ ବିଧାୟକ । ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ଘର ମରାମତି ସହାୟତା ଯୋଜନା । More
  • Chandan Shishu
  • 3 years ago

ନନାଙ୍କ ମାଟିଘର ଚଟାଣରେ ବସି କଦଳୀ ପତ୍ରରେ ଭୋଜନ କଲେ ରେଳମନ୍ତ୍ରୀ

ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା। More
  • Satyendu Shekher Mishra
  • 3 years ago

ଚିନ୍ତା ବଢ଼ାଇଲାଣି କରୋନା ! ସ୍କୁଲଠାରୁ ବିମାନବନ୍ଦର ସବୁଠି କଡ଼ା କଟକଣା, ଜାଣନ୍ତୁ କ’ଣ..

ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି । More
  • Chandan Shishu
  • 3 years ago

କୁଆଡେ ଗଲେ ତପସ୍ୱିନୀଙ୍କ ସ୍ୱାମୀ, ଶ୍ୱଶୁର?

ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି। More
  • Satyendu Shekher Mishra
  • 3 years ago

କରୋନା ଭୟ ! ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି More
  • Satyendu Shekher Mishra
  • 3 years ago

ବୁଲା ଗୋରୁଗାଈଙ୍କ ପାଇଁ ଦେବଦୂତ ପ୍ରମୋଦ, ସେବା କରିବାକୁ ଭାରି ଆଗଭର

ନିଜ ପରିବାର, ଭବିଷ୍ୟତ, ସବୁକିଛି ଭୁଲି ନିରୀହ ଜୀବଙ୍କ ସେବାରେ ଲାଗିଥିବା ଏହି ଯୁବକଙ୍କ ପ୍ରଶଂସାରେ ଏବେ ଶତମୁଖ ଭଦ୍ରକବାସୀ । More
  • Satyendu Shekher Mishra
  • 3 years ago

OTV Impact: ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପି.ଜି ହଷ୍ଟେଲରେ ପହଞ୍ଚିଲା ମେଡିକାଲ ଟିମ

ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା । More
  • Sarbeswar
  • 3 years ago

ବିଜେଡ଼ି ନେତାଙ୍କୁ ଅଣ୍ଡାରେ ଗାଧୋଇ ଦେଲେ କଂଗ୍ରେସ କର୍ମୀ

ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା More
  • Satyendu Shekher Mishra
  • 3 years ago

ଏଣିକି ରାସ୍ତାର ବାମ ପଟେ ଠିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍‌କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି । More
  • Sarbeswar
  • 3 years ago

“ଆଗେ ନିର୍ବାଚନ ନୁହେଁ ଆଗେ ଜୀବନ : ବିଳମ୍ବରେ ନିର୍ବାଚନ ହେଲେ ଅସୁବିଧା ହେବନି”

ରାଜ୍ୟରେ ବଢୁଛି ସଂକ୍ରମଣ : ଏମିତି ସମୟରେ ନିର୍ବାଚନ ଘୁଂଚାଇବା ପାଇଁ ଦାବି କଲେ ନରସିଂହ More
  • Sarbeswar
  • 3 years ago

ତପସ୍ୱିନୀଙ୍କ ପରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ହକ୍‌ ପାଇଁ ବସିଲେ ଡଲିସ୍ମିତା

ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି More
  • Chandan Shishu
  • 3 years ago

୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ

୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ More
  • Rajalaxmi Sahoo
  • 3 years ago

ଓଟିଭି YouTubeରେ ସବ୍‌ସ୍କ୍ରାଇବର ସଂଖ୍ୟା ୭ ମିଲିୟନ୍ ପାର୍

ଓଟିଭିର ୟୁଟ୍ୟୁବ୍‌ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍‌ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି। More
  • Pallipuspa Samal
  • 3 years ago

କମ୍ ତେଲ ଓ ମସଲାରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆଗରୁ ଆମେ ଆପଣ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍‌ ଚିକେନ୍‌ କରି’ । More
  • Rajalaxmi Sahoo
  • 3 years ago

ରାଜେନ୍ଦ୍ର ୟୁନିଭର୍ସିଟିରେ ପଶିଲା କରୋନା, ଭିସୁଟ୍‌ରେ ଅଫଲାଇନ୍‌ ପରୀକ୍ଷା ସ୍ଥଗିତ

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରାଯାଇଛି। More
  • Rajalaxmi Sahoo
  • 3 years ago

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶେଷ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। More
  • Rajalaxmi Sahoo
  • 3 years ago

‘ମୋତେ ଭୟ ଲାଗୁଛି, ତେଣୁ ରାତିରେ ଘରୁ ପଳାଇ ଆସିଲି’

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ। More
  • Otv Khabar Bureau
  • 3 years ago

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ୬ଟି ଟ୍ରାଭେଲର ବସ୍

ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି । More
  • Rajalaxmi Sahoo
  • 3 years ago

ଓଡ଼ିଶାରେ କରୋନା ବିସ୍ଫୋରଣ: ଦିନକରେ ଚିହ୍ନଟ ହେଲେ ୨,୭୦୩ ପଜିଟିଭ୍‌

ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More
  • Rajalaxmi Sahoo
  • 3 years ago

ଆଜିଠୁ ଓଡ଼ିଶାରେ ନୂଆ କରୋନା କଟକଣା ଲାଗୁ, ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ। More
  • Rajalaxmi Sahoo
  • 3 years ago

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌: ରାତି ଅଧରେ ଘର ଛାଡ଼ିଲେ ଶ୍ୱଶୁର

ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।  More
  • Chandan Shishu
  • 3 years ago

ଚିତଫଣ୍ଡ୍ ପରେ ଲୋକଙ୍କୁ ଲୁଟୁଛନ୍ତି କି ସୁନା ବନ୍ଧକ ଋଣ ସଂସ୍ଥା?

ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ।  More
  • Chandan Shishu
  • 3 years ago

ଶ୍ୱଶୁର ଘର ଭିତରକୁ ପ୍ରବେଶ କଲେ ତପସ୍ୱିନୀ

କୋର୍ଟଙ୍କ ରାୟ କପି ଆସିବା ପରେ  ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। More
  • Satyendu Shekher Mishra
  • 3 years ago

ଖୁବ୍‌ଶୀଘ୍ର ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର-୨୭୨ ପୋଷ୍ଟ ଅଫିସ

ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର । More
  • Chandan Shishu
  • 3 years ago

ଦେଶରେ ବିସ୍ଫୋରଣ, ରାଜ୍ୟରେ ବି ଅସମ୍ଭାଳ

ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। More
  • Satyendu Shekher Mishra
  • 3 years ago

ବଢ଼ିଲା ସାଂସଦ-ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି । More