• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ସୋମବାର ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ।

ଆସନ୍ତା ସୋମବାରଠୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରୋନା ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆଜି ଅନୁଷ୍ଠିତ ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ରୁ ଜାନୁଆରୀ ୩୧ ତାରିଖ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

 

ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢି ଚାଲିଥିବା ବେଳେ ଏପଟେ ଶ୍ରୀମନ୍ଦିରର କିଛି କର୍ମଚାରୀ ଓ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 ଓମିକ୍ରନ୍ ମୁକାବିଲା ପାଇଁ ମଧ୍ୟ ସଜାଗ ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ହୋଟେଲମାନଙ୍କରେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିଲା ।