• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଭିଡ କଟକଣା ଭିତରେ ହେବ ବାରବାଟୀ ଟି-୨୦ ମ୍ୟାଚ୍‌ । ବିନା ଦର୍ଶକରେ ବାରବାଟୀରେ ଖେଳାଯିବ ମ୍ୟାଚ୍‌ । ଓସିଏ କର୍ତ୍ତୃପକ୍ଷ ମ୍ୟାଚ୍‌ ଆୟୋଜନ ନେଇ ବିସିସିଆଇକୁ ଜଣାଇଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ପରିସ୍ଥିତିକୁ ଦେଖି ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା କହିଛନ୍ତି ସିଇଓ ସୁବ୍ରତ ବେହେରା ।

ସରକାର ପରିସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ମ୍ୟାଚ୍‌ ଆୟୋଜନ କରାଯିବ ବୋଲି କହିଛନ୍ତି । ତେବେ ପିଚ ଆଉଟଫିଲ୍ଡ କାମ ଶେଷ ହେବା ସହ ନୁଆ କରି ଏଲଇଡି ଫ୍ଲଡ ଲାଇଟ ମଧ୍ୟ ଲଗାଯାଇଛି । ଆଜି ବିସିସିଆଇ ଟିଭି ବ୍ରଡକାଷ୍ଟ ଟିମ୍ ବାରବାଟି ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।