Advertisment

କୁଆଡେ ଗଲେ ତପସ୍ୱିନୀଙ୍କ ସ୍ୱାମୀ, ଶ୍ୱଶୁର?

ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Tapaswini Sumeet

Tapaswini Sumeet

ବ୍ରହ୍ମପୁର: ଆଇନଗତ ଲଢ଼େଇରେ ବାଜି ମାରି ବ୍ରହ୍ମପୁରର ତପସ୍ୱିନୀ ଶ୍ୱଶୁୂରଙ୍କ ଘରେ ପ୍ରବେଶ କଲେ ସତ। ହେଲେ ତାଙ୍କ ଶ୍ୱଶୁର କିନ୍ତୁ ସେହି ଘରୁ ଗତରାତିଠୁ ଗାୟବ। ଘରେ ପତ୍ନୀ ଓ ବୟସ୍କା ମାଆ ଅଛନ୍ତି। ଉପର ମହଲାରେ ତପସ୍ବିନୀ ବି ରହୁଛନ୍ତି। କିନ୍ତୁ ସମସ୍ତଙ୍କୁ ଛାଡ଼ି କୁଆଡ଼େ ଗଲେ ଘର ମାଲିକ ପ୍ରମୋଦ ସାହୁ ପତ୍ତା ମିଳୁନି। ଅବଶ୍ୟ ଯିବା ଆଗରୁ ରାତି ଅଧିଆ ଭିଡ଼ିଓ ବାର୍ତ୍ତାରେ କହିଯାଇଛନ୍ତି ଘର ଛାଡ଼ିବାର କାରଣ। ଏଭଳି ସ୍ଥିତିରେ ସୁମିତ-ତପସ୍ୱିନୀ କଳି ଆହୁରି ଜଟିଳ ହେଉଥିବାବେଳେ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ୟତ୍ର ରହୁଥିବା ସ୍ୱାମୀ ସୁମିତଙ୍କୁ ନେଇ ଲାଗିରହିଛି ନାନା ଚର୍ଚ୍ଚା।

Advertisment

ଠାକୁରଙ୍କ ଆଶିର୍ବାଦ ନେଇ, ଦାଣ୍ଡରେ ନଡ଼ିଆ ଭାଙ୍ଗି, ଏଭଳି ଗୃହ ପ୍ରବେଶ କରିଥିଲେ ତପସ୍ୱିନୀ ଦାଶ ଓରଫ୍ ଡିମ୍ପଲ। ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ। ଦୀର୍ଘଦିନର ଆଇନଗତ ଲଢ଼େଇ ଏବଂ ସଂଘର୍ଷରୁ ମୁକ୍ତି ପାଇ ହୁଏତ ଆଶ୍ୱସ୍ତ ଲାଭ କରିଥିଲେ ତପସ୍ୱିନୀ। କେବଳ ତପସ୍ବିନୀ କାହିଁକି ତାଙ୍କ ମା ସୌଦାମିନି ଦାଶ ମଧ୍ୟ ସେହି ମୁହୁର୍ତ୍ତରେ ବେଶ୍ ଖୁସି ଅନୁଭବ କରିଥିଲେ। ହେଲେ ତପସ୍ୱିନୀଙ୍କ ଗୃହ ପ୍ରବେଶର ମାତ୍ର କେଇ ଘଣ୍ଟା ଭିତରେ ବଦଳିଗଲା କାହାଣୀ। ରାତାରାତି ଘର ଛାଡ଼ି ଗାୟବ ହୋଇଗଲେ ତପସ୍ବିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ନିଜକୁ ଅସୁରକ୍ଷିତ ମନେ କରିବା ସହ ଘରୁ ଯିବା ପୂର୍ବରୁ ଜାରି କରିଥିଲେ ଏହି ଭିଡ଼ିଓ। 

ବ୍ରହ୍ମପୁରର ଏହି ବହୁଚର୍ଚ୍ଚିତ ଦାମ୍ପତ୍ୟ କଳିରେ ଏବେ ନୂଆ ମୋଡ଼। ବୋହୂ ଇନ୍, ଶ୍ୱଶୁର ଆଉଟ୍। ସୁମିତଙ୍କ ବାପା ତଥା ତପସ୍ୱିନୀଙ୍କ ଶ୍ୱଶୁର ଘର ଛାଡ଼ି କୁଆଡ଼େ ଗଲେ ତାହା କେହି ସ୍ପଷ୍ଟ କରୁନାହାଁନ୍ତି। ତେବେ ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି। କୋର୍ଟଙ୍କ ରାୟକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଦୂର କରିବା ଭିତରେ ଚାପର ବଶବର୍ତ୍ତୀ ହୋଇ ବାସଭବନରେ ରଖାଇଦେଲେ। ଯାହା ତାଙ୍କର ଇଚ୍ଛା ବିରୋଧୀ ବୋଲି ଶ୍ୱଶୁର ଭିଡ଼ିଓରେ କହିଛନ୍ତି। ତେବେ ତପସ୍ୱିନୀଙ୍କ ଓକିଲ ଏଭଳି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଯଦି ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାହେଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିଥାନ୍ତେ। 

Advertisment

ଯେଉଁ ଘରେ ରହିବା ପାଇଁ ଆଜିକୁ ଦୀର୍ଘ ଦେଢ଼ ମାସ ଧରି ଲଢ଼େଇ କରୁଥିଲେ ତପସ୍ୱିନୀ, ସେହି ଘରେ ପ୍ରବେଶ ହେଲା ତାଙ୍କର। କିନ୍ତୁ ଶ୍ୱଶୁର ବାହାରିଗଲେ ତପସ୍ୱିନୀଙ୍କ ପାଦ ପଡ଼ିବା ପରେ। ଆଉ ଯାହାଙ୍କୁ ସ୍ୱାମୀ ଭାବେ ବରଣ କରିନେଇଛନ୍ତି ତପସ୍ୱିନୀ, ଦୀର୍ଘଦିନ ବିତିଗଲା ତାଙ୍କର ଦର୍ଶନ ମିଳୁନି। ତେବେ ତପସ୍ୱିନୀଙ୍କ ଗୃହ ପ୍ରବେଶ ପରଠୁ ବଢୁଥିବା ବିବାଦ ସତ୍ତ୍ୱେ କାହିଁକି ସାମ୍ନାକୁ ଆସୁନାହାଁନ୍ତି ସ୍ୱାମୀ ସୁମିତ? କୁଆଡ଼େ ଗଲେ ସୁମିତଙ୍କ ବାପା ପ୍ରମୋଦ ସାହୁ? ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିବାବେଳେ ସୁମିତଙ୍କ ଓକିଲ କହିଛନ୍ତି, ସୁମିତ ବାଲିସରାରେ ଅଛନ୍ତି ଏବଂ ତାଙ୍କ ବାପା ପ୍ରମୋଦ ସମ୍ପର୍କୀୟଙ୍କ ଘରେ ଅଛନ୍ତି। ଉଭୟ ମାନସିକ ଚାପରେ ଅଛନ୍ତି।

ଜାନୁୟାରୀ ୪ରେ ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି ରାୟ ଶୁଣାଇଥିଲେ ଜିଲ୍ଲା କୋର୍ଟ। ତାସହ ତପସ୍ୱିନୀଙ୍କୁ ଖର୍ଚ୍ଚ ପାଇଁ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ କହିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଇତିମଧ୍ୟରେ ହାଇକୋର୍ଟ ଯାଇଛନ୍ତି ସୁମିତଙ୍କ ଓକିଲ। ଏବେ ଅପେକ୍ଷା କେବେ ତୁଟୁଛି ଏହି ବହୁଚର୍ଚ୍ଚିତ ଦାମ୍ପତ୍ୟ କଳି।

Berhmapur Martial Dispute Sumeet Tapaswini
Advertisment
Advertisment