Advertisment

କମ୍ ତେଲ ଓ ମସଲାରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆଗରୁ ଆମେ ଆପଣଙ୍କ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍‌ ଚିକେନ୍‌ କରି’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
'Green Chiken Curry' Recipe

'Green Chiken Curry' Recipe

ଚିକେନର ଏହି ରେସିପି ପାଟିକୁ ଯେତେ ସୁଆଦିଆ ତାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ।  ଅଳ୍ପ ମସଲା ଓ କମ୍ ତେଲରେ ଆଜି ଆମେ 
 ପ୍ରସ୍ତୁତ କରିବା 'ଗ୍ରୀନ୍ ଚିକେନ କରି' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଗ୍ରୀନ୍‌ ଚିକେନ୍‌ କରି’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍‌, ଗ୍ରୀନ୍‌ କରି ପେଷ୍ଟ, ଗ୍ରୀନ୍‌ ବିନ୍ସ, ସିଲାଣ୍ଟ୍ରୋ, ଲୁଣ, ନଡ଼ିଆ ତେଲ, ଅଲିଭ ଅଏଲ, ବ୍ରୋକୋଲି, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ:

  • ଚିକେନର ଏହି ରେସିପି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ କଡେଇ ବା ପ୍ୟାନ୍‌ରେ ଅଲିଭ୍‌ ଅଏଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଗ୍ରୀନ୍ କରି ପେଷ୍ଟ ପକାଇ ଏକ ମିନିଟ୍‌ ଯାଏ ଗରମ କରନ୍ତୁ।
  • ଚିକେନ୍‌କୁ ଭଲଭାବେ ପାଣିରେ ଧୋଇଦିଅନ୍ତୁ।
  • ଏହାପରେ ଚିକେନ୍‌କୁ ଗ୍ରୀନ୍‌ କରି ପେଷ୍ଟରେ ପକାଇ ୫ରୁ ୧୦ ମିନିଟ୍‌ ଯାଏ ଧିମା ଆଞ୍ଚରେ ସିଝାନ୍ତୁ।
  • ଏହାପରେ ଚିକେନ୍‌ରେ ନଡ଼ିଆ ତେଲ ପକାଇ ଗୋଳାନ୍ତୁ।
  • ଏହାପରେ ସେଥିରେ ବ୍ରୋକୋଲି, କଞ୍ଚା ଲଙ୍କା, ବିନ୍ସ ପକାଇ ଘୋଡ଼ାଇ ଦିଅନ୍ତୁ।
  • ଏହାପରେ ସେଥିରେ ଅଧ କପ୍‌ ପାଣି ଏବଂ ଲୁଣ ପକାନ୍ତୁ।
  • ଏହାକୁ ଅଧିକ ପୁଷ୍ଟିକର କରିବା ଲାଗି ଚିକେନ୍‌ ଷ୍ଟକ୍‌ ମଧ୍ୟ ପକାଇପାରିବେ।
  • ପରିବା ଓ ଚିକେନ୍‌ ସିଝିବା ପାଇଁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତୁ ଛାଡି ଦିଅନ୍ତୁ ।
  • ଯଦି ଆପଣଙ୍କୁ ମସଲା ପସନ୍ଦ, ତେବେ ଏଥିରେ ଗ୍ରୀନ୍‌ ଚିଲି ପେଷ୍ଟ ପକାଇପାରିବେ।
  • ଆପଣ ଚାହିଲେ ଏଥିରେ ଅଳ୍ପ ଫ୍ରେଶ୍‌ କ୍ରିମ୍‌ ବ୍ୟବହାର କରିପାରିବେ। ଯାହାଫଳରେ ଏହି ଖାଦ୍ୟ କିଛିଟା ସ୍ମୁଥ୍‌ ଓ କ୍ରିମି ଦେଖାଯିବ।
  • ଏଥିରେ ଅଳ୍ପ ଲେମନ ଗ୍ରାସ୍‌ ପକାନ୍ତୁ, ଯାହାଫଳରେ ଫଳ ବାସ୍ନା ହେବ।
  • ଏହାପରେ ଚୁଲିକୁ ବନ୍ଦ କରିଦିଅନ୍ତୁ । ଏକ ପ୍ଲେଟ୍ ରେ ରେସିପି କାଢି ସଜେଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ‘ଗ୍ରୀନ୍ ଚିକେନ୍ କରି' । ଏହି 'ଗ୍ରୀନ୍‌ ଚିକେନ୍‌ କରି' ରେସିପିକୁ ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ । ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
Advertisment
Advertisment