Advertisment

ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର, ମାଲିକଙ୍କ ଟଙ୍କା ହଡ଼ପ୍‌ କରିବାକୁ ଯାଇ ଧରାପଡ଼ିଲେ

author-image
Sarbeswar
Car Driver

Car Driver

ବିଶ୍ୱାସ ଘାତକ ସାଜିଲା ଡ୍ରାଇଭର। ଗାଡି ମାଲିକ ବିଶ୍ୱାସରେ ବିଷ ଭରି ଲୁଟ୍ କରି ଶେଷରେ ଧରାପଡ଼ି ଜେଲଗଲା। ଏଭଳି ଘଟଣା ଘଟିଛି କଟକ ଚୌଦ୍ୱାର ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, କଟକ ସିଡିଏରେ ରହୁଥିବା ବିଭୁତି ଭୂଷଣ ସାହୁଙ୍କର ଏକ ପେଟ୍ରୋଲ ପମ୍ପ ଚୌଦ୍ୱାର ନୁଆପାଟଣା ନିକଟରେ ଅଛି। ବିଭୂତିଙ୍କର କୌଣସି କାରଣରୁ ଟଙ୍କା ଦରକାର ହେବାରୁ ସେ ଗତ ୫ତାରିଖ ରାତିରେ ତାଙ୍କ କାର ଦେଇ ଡ୍ରାଇଭରକୁ ଟଙ୍କା ଆଣିବା ପାଇଁ ପେଟ୍ରୋଲ ପମ୍ପ ପଠାଇଥିଲେ। ମାତ୍ର ଡ୍ରାଇଭର ଘରକୁ ଫେରିବା ବିଳମ୍ବ ହେବାରୁ ବିଭୁତି ପେଟ୍ରୋଲ ପମ୍ପ ମ୍ୟାନେଜର ସହ ଯୋଗାଯୋଗ କରିଥିଲେ ।

Advertisment

ତେବେ ଟଙ୍କା ନେଇ ଡ୍ରାଇଭର ପ୍ରାୟ ୨ଘଣ୍ଟା ହେବ ଗଲାଣି ବୋଲି ମ୍ୟାନେଜର କହିଥିଲେ । ପରେ ମାଲିକଙ୍କ ସନ୍ଦେହ ହେବାରୁ ସେ ଆସି ଦେଖିଲେ ନୂଆପାଟଣା ବ୍ରିଜ ଉପରେ ତାଙ୍କ ଗାଡ଼ି ଥିବା ବେଳେ ଡ୍ରାଇଭର ମଧ୍ୟ ଅଛି । ଡ୍ରାଇଭର କାନ୍ଦିବା ସହ ଗାଡ଼ି କାଚ ଭାଙ୍ଗି ୪ ଜଣ ଲୁଟେରା ଟଙ୍କା ନେଇ ଯାଇଥିବା କହିଥିଲେ। ପରେ ପୋଲିସ ତଦନ୍ତ କରି ଡ୍ରାଇଭରଙ୍କୁ ପଚରାଉଚରା କରିବା ବେଳେ ଡ୍ରାଇଭର ସତ ମାନିଯାଇଥିଲା। ଟଙ୍କାକୁ ଏକ ବୁଦା ମୂଳେ ଲୁଚାଇ ରଖି ଅଭିନୟ ରଚିଥିଲା ଡ୍ରାଇଭର। ପୋଲିସ ୧ ଲକ୍ଷ ୩୪ ହଜାର ଟଙ୍କା ଉଦ୍ଧାର କରିବା ସହ ଡ୍ରାଇଭର କୃଷ୍ଣଚନ୍ଦ୍ର ବେହେରାକୁ ଗିରଫ କରିଛି ।

Car Driver
Advertisment
Advertisment