/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686733602.jpg)
Marriage Issue
ବାହାଘର ଭାଙ୍ଗିଦେଲା ଖାସି ମାଂସ । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ...ଆଉ ଭାବୁଥିବେ ବାହାଘର ସହିତ ଖାସି ମାଂସର ସମ୍ପର୍କ କ’ଣ ? କିନ୍ତୁ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେବେ । ଆଉ ମନେ ମନେ କହିବେ ସାଧାରଣ ମାଂସ ଲାଗି ଏତେ ପାଲା ହେଲା ? ହଁ...ସାଧାରଣ ମାଂସ ଖାଇବାକୁ ନେଇ ଉପୁଜିଛି ବିବାଦ ।
ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା, ବାଟବରଣୀ ବି ହୋଇଥିଲା । ଏହାପରେ ଭୋଜି ଖାଇବାକୁ ପହଞ୍ଚିଥିଲେ ବରଯାତ୍ରୀ । ଦାବି ଅନୁସାରେ ମଟନ୍, ଚିକେନ୍ ଓ ମାଛ ବି ହୋଇଥିଲା । କିନ୍ତୁ ରାତି ଅଧିକ ହେବାରୁ କିଛି ବରଯାତ୍ରୀ ଖାଇବା ପରେ ମଟନ୍ ସରିଯାଇଥିଲା ।
ଭୋଜିରେ ମଟନ୍ ସରିଯାଇଥିବାରୁ ଆରମ୍ଭ ହୋଇଥିଲା ବିବାଦ । ଖାଲି ବିବାଦ ହୋଇଥିଲା ତାହା ନୁହେଁ ବରଂ ମଟନ୍ କାହିଁକି ସରିଲା ବୋଲି ପ୍ରଶ୍ନ କରିହା ସହିତ ବିନା ମଟନ୍ରେ ବାହାଘର ହୋଇପାରିବ ନାହିଁ ବୋଲି କହିଥିଲେ ବରଯାତ୍ରୀ । ଏମିତିକି ପୂରା ଘଟଣାରେ କନିଆଁ ଘର ପକ୍ଷରୁ କ୍ଷମା ପ୍ରାର୍ଥନା ବି କରାଯାଇଥିଲା । ହେଲେ ନିଜ ଜିଦ୍ରେ ଅଟଳ ଥିଲେ ବରଯାତ୍ରୀ । ବାସ୍ ପୂରା ଘଟଣା ସମ୍ପର୍କରେ କନିଆଁ ଜାଣିବା ପରେ ବାହାଘର ହୋଇପାରିବ ନାହିଁ ବୋଲି ମନା କରିଦେଇଥିଲେ । ଆଉ ବାହାଘର ପାଇଁ ମନା କରିଦେବାରୁ ଆଉ ହୋଇପାରିନଥିଲା ବାହାଘର । ତେବେ ଏମିତି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି..ହେଲେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)