Advertisment

Ayush Mahatre's IPL Opportunity: ଋତୁରାଜଙ୍କ ବିକଳ୍ପ ଭାବେ ସାମିଲ ହେବେ ଏହି ଖେଳାଳି, ରଣଜୀ ସର୍କିଟରେ ରହିଛି ଚମତ୍କାର ରେକର୍ଡ

ଋତୁରାଜଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସଲମାନ ନିଜାରଙ୍କ ଭଳି ଖେଳାଳି ସାମିଲ ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଏହି ୧୭ ବର୍ଷୀୟ ଭବିଷ୍ୟତର ଷ୍ଟାର।

author-image
Saroj Kumar Jena
ଅଦ୍ୟତନ ହୋଇଛି
ayush mhatre

ayush mhatre

ଚଳିତ ସିଜନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ରହିଥିବା ଋତୁରାଜ ଗାଏକ୍ବାଡ ଅଧିନାୟକ ପଦରୁ ବାଦ ପଡିଥିଲେ। କହୁଣୀରେ ଫ୍ରାକଚର କାରଣରୁ ଋତୁରାଜ ଆସନ୍ତା ସିଜନ ପାଇଁ ବାଦ ପଡିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଋତୁରାଜଙ୍କ କହୁଣୀରେ ଜୋଫ୍ରା ଆର୍ଚରଙ୍କ ବଲ ବାଜିଥିଲା। ଉକ୍ତ ମ୍ୟାଚରେ ଋତୁରାଜ ବ୍ୟାଟିଂ କରିଥିବା ବେଳେ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଖେଳିଥିଲେ। ତେବେ ପରବର୍ତ୍ତୀ ସମୟରେ ହେୟାର ଲାଇନ ଫ୍ରାକ୍ଚର କାରଣରୁ ସେ ସମୁଦାୟ ଆଇପିଏଲରୁ ବାଦ ପଡିଥିଲେ।

Advertisment

ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଋତୁରାଜଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ଘରୋଇ ସର୍କିଟରେ ଦମଦାର ପ୍ରଦର୍ଶନ ଆଧାରରେ ଏହି ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ଖେଳାଳିଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରହିଛି। ମେଗା ଅକ୍ସନରେ ସେ ଅନସୋଲ୍ଡ ରହିଥିଲେ। ତେବେ ଋତୁରାଜ ଆହତ ହେବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହି ଖେଳାଳି ଜଣଙ୍କ ପ୍ରଥମ ଥର ଆଇପିଏଲରେ ସୁଯୋଗ ପାଇବାକୁ ଯାଉଛନ୍ତି।

ପ୍ରଥମରୁ ଋତୁରାଜଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସଲମାନ ନିଜାରଙ୍କ ଭଳି ଖେଳାଳି ସାମିଲ ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଏହି ୧୭ ବର୍ଷୀୟ ଭବିଷ୍ୟତର ଷ୍ଟାର। ଏହି ଖେଳାଳି ଜଣଙ୍କ ହେଉଛନ୍ତି ୧୭ ବର୍ଷୀୟ ଆୟୁଷ ମାହତ୍ରେ। ଆୟୁଷ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳନ୍ତି। ମାତ୍ର ୯ଟି ପ୍ରଥମ ଶ୍ରେଣୀ ଓ ୭ଟି ଲିଷ୍ଟ ଏ ମ୍ୟାଚ ଖେଳିଥିଲେ ମଧ୍ୟ ଆୟୁଷଙ୍କ ରେକର୍ଡ ସମସ୍ତଙ୍କୁ ପ୍ରଭାବିତ କରିଛି।

Advertisment

୯ ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ ସ୍କୋର କରିଛନ୍ତି ୫୦୪ ରନ। ଏହା ମଧ୍ୟରେ ରହିଛି ୨ ଶତକ ଓ ୧ ଅର୍ଦ୍ଧଶତକ। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୧୭୬ ରନ। ସେହିପରି ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଏହି ଖେଳାଳିଙ୍କ ଆଭରେଜ ୩୧.୬୫ ଥିବା ବେଳେ ଷ୍ଟ୍ରାଇକ ରେଟ ରହିଛି ୭୨.୯୩। ୪ ଦିନିଆ କ୍ରିକେଟରେ ଏହା ଅତ୍ୟନ୍ତ ଚମତ୍କାର ଷ୍ଟ୍ରାଇକରେଟ।

ସେହିପରି ଲିଷ୍ଟ ଏ କ୍ରିକେଟରେ ଆୟୁଷ ସଭିଙ୍କୁ ପ୍ରଭାବିତ କରିଛନ୍ତି। ମାତ୍ର ୭ ଲିଷ୍ଟ ଏ ମ୍ୟାଚ ଖେଳିଥିବା ବେଳେ ଏଥିରୁ ସ୍କୋର କରିଛନ୍ତି ୪୫୮ ରନ। ନାଗାଲାଣ୍ଡ ବିପକ୍ଷରେ ସେ ୧୮୧ ରନ କରିଥିବା ବେଳେ ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲେ ୧୪୮ ରନର ଇନିଂସ। ପାର୍ଟ ଟାଇମ ଅଫ ବ୍ରେକ ବୋଲିଂ କରୁଥିବା ଏହି ଖେଳାଳି ଜଣଙ୍କ ୭ ଲିଷ୍ଟ ଏ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଲିଷ୍ଟ ଏ ଫର୍ମାଟରେ ଆୟୁଷଙ୍କ ଆଭରେଜ ୬୫ ରହିଥିବା ବେଳେ ଷ୍ଟ୍ରାଇକରେଟ ରହିଛି ୧୩୫.୫୦।

IPL CSK IPL 2025 Ruturaj Gaikwad
Advertisment
Advertisment