/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744873004.jpg)
Naveen patnaik
ନବମ ଥର ଲାଗି ବିଜେଡି ସଭାପତି ପଦବୀ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସରରେ ରାଜଧାନୀର ଶଙ୍ଖ ଭବନରେ ନାମାଙ୍କନ ଭରିଛନ୍ତି ନବୀନ ।
Advertisment
ଅଧିକ ପଢ଼ନ୍ତୁ: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି
ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିଛନ୍ତି। ଏପର୍ଯ୍ୟନ୍ତ ଅନ୍ୟ କେହି ନାମାଙ୍କନ ଭରି ନାହାନ୍ତି। ଏଥିପାଇଁ ନବୀନ ବିଜେଡିର ସଭାପତି ହେବା ଏକପ୍ରକାର ନିଶ୍ଚିତ ବୋଲି ସ୍ପଷ୍ଟ ହେଉଛି। ନବୀନ ନାମାଙ୍କନ ଦାଖଲ କରିବା ସମୟରେ ବିଜେଡିର ଅନେକ ଆଗଧାଡ଼ିର ନେତାଙ୍କ ଉପସ୍ଥିତ ଥିଲେ।
Advertisment
ଆସନ୍ତା ୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତିଙ୍କ ନାମ । ଦିନକ ତଳେ ବିଜେଡି ୧୮ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି। ହେଲେ ଆଉ ୧୫ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିପାରିନି ବିଜେଡି।
ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)