/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744870100.jpg)
Pravati Parida
ଆଗକୁ ବଢ଼ିବେ ମହିଳା। ଆହୁରି ସଶକ୍ତ ହେବ ନାରୀ ଶକ୍ତି । ଦିଆଯିବ ପ୍ରଶିକ୍ଷଣ, ବଢ଼ିବ ମହିଳାଙ୍କ ସ୍କିଲ୍। ସୋସିଆଲ ମିଡିଆ ‘X’ରେ ଏମିତି କିଛି ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ଯେ, ମିଶନ ଶକ୍ତି ବଜାର ହେଉଛି ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା । ମହିଳାଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କ ସ୍କିଲ ବୃଦ୍ଧି କରି ଅଧିକ ସକ୍ଷମ କରିବା ଆମ ପ୍ରୟାସ ବୋଲି ପ୍ରଭାତୀ ପୋଷ୍ଟ କରିବା ସହ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’
ପ୍ରଭାତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଇଛନ୍ତି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ନାହିଁ। ଅର୍ଥାତ୍ 0% interestରେ ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିପାରିବ । ମହିଳା କେନ୍ଦ୍ରୀକ ଗ୍ରାମ୍ୟ ଅର୍ଥନୀତି ପାଇଁ ମୋଦୀଙ୍କ ପ୍ରୟାସକୁ ମୋହନ ପୂରା କରୁଛନ୍ତି ବୋଲି ପ୍ରଭାତୀ କହିଛନ୍ତି ।
ହେଲେ ସରକାର କରିଥିବା SHG ଗ୍ରୁପର ରିଷ୍ଟ୍ରକଚରକୁ ନେଇ ମହିଳାଙ୍କମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶହଶହ SHG ସଦସ୍ୟମାନେ ଏକାଠି ହୋଇ ବ୍ଲକ ଘେରାଉ କରିଛନ୍ତି । SHG ଗ୍ରୁପ ଗୁଡିକର ରିଷ୍ଟ୍ରକଚରକୁ ବାତିଲ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
‘ସୁଭଦ୍ରା’ ହେଉକି ‘ମିଶନ ଶକ୍ତି’ ଉଭୟ ଯୋଜନାକୁ ନେଇ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଅନ୍ୟପକ୍ଷରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ‘ସୁଭଦ୍ରା’ ଶକ୍ତି ସମାରୋହ ଓ ସେବା କେନ୍ଦ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲକ୍ଷପତି ଦିଦି ସୃଷ୍ଟି ଉଦ୍ଦେଶ୍ୟରେ କହିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)