Advertisment

Increase in Gold Prices: ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ କେତେ ?

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Gold price

Gold price

ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଏଥିପାଇଁ ସୁନା କିଣିବାକୁ ଡର ଲାଗୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ୯୭ ହଜାର ଟଙ୍କା ଟପି ଆଉ ଏକ ନୂଆ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର।

Advertisment

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢ଼ି ୮୯ ହଜାର ୨୦୦ ଟଙ୍କା ହୋଇଛି।

ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କା ହୋଇଛି।

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।

ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ।

ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Bhubaneswar Gold Gold Price
Advertisment
Advertisment