• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ନିର୍ବାଚନ ପର୍ବ ଆରମ୍ଭ ହୋଇସାରିଛି । ପାନ ଦୋକାନଠୁ ଗାଁ ଖଟି, ସବୁଠି ରାଜନୀତି ଚର୍ଚ୍ଚା । ଯିଏ ଯାହା ନେତାଙ୍କ ପାଇଁ କରୁଛନ୍ତି ପ୍ରଚାର। କର୍ମୀଙ୍କ ମଧ୍ୟରେ ହେଉଛି ଲଢ଼େଇ । ନେତାଙ୍କ ମଧ୍ୟରେ ହେଉଛି କଥା କଟାକଟି । ବାହାରୁଛି ବଡ଼ ବଡ଼ ରାଲି । ସବୁଠି ଆୟୋଜନ ହେଉଛି ସଭା ସମିତି । ଆଉ ରନ୍ଧା ଯାଉଛି ଭୋଜି । ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରି ନେତା କରୁଛନ୍ତି ପ୍ରଚାର ।

ହେଲେ ଏହାରି ଭିତରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଉ ତାହା ହେଲା, ନେତାଙ୍କ କ୍ୟାମ୍ପେନିଂ ଷ୍ଟାଇଲ । ପ୍ରତ୍ୟେକ ନିର୍ବାଚନ ବେଳେ ଅଧିକାଂଶ ସ୍ୱାଧିନ ପ୍ରାର୍ଥୀ ହିଁ ନିଆରା ଢ଼ଙ୍ଗରେ ପ୍ରଚାର କରିଥାନ୍ତି । ଏଥର ବି ଠିକ୍‌ ସେମିତି କିଛି ଦେଖିବାକୁ ମିଳିଛି । 

କିଛି ଦିନ ଆମେ ଦେଖିଥିଲେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକାଇ କରୁଛନ୍ତି କ୍ୟାମ୍ପେନ୍‌ । ଠିକ୍‌ ସେମିତି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ଏବେ ପରିବା ବିକ୍ରି କରୁଛନ୍ତି । ନିଜର ପ୍ରଚାର ପ୍ରସାର ପାଇଁ ପରିବା ବିକ୍ରି କରୁଛନ୍ତି ସ୍ୱଧୀନ ପ୍ରାର୍ଥୀ । ହାଟକୁ ଯାଇ ଏକ ପରିବା ଦୋକାନରେ ବସି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ, ନିଜେ ଫୁଲ ମାଳ ତିଆରି କରି ମଧ୍ୟ ବିକ୍ରି କରୁଛନ୍ତି ଜଣେ ସ୍ୱାଧୀନ ପ୍ରାଥୀ ।

ଆଜ୍ଞ ହଁ, ଆପଣ ଏବେ ଧିରେ ଧିରେ ଠିକ୍‌ ଠଉରେଇ ପାରୁଥିବେ । ଆମେ ସେହି ବ୍ୟକ୍ତିଙ୍କ କଥା କହୁଛୁ ଯିଏ ପରିବା ବିକ୍ରି କରି ଗରିବ ପିଲାଙ୍କୁ ପାଠ ପଢ଼ାଇ ପଦ୍ମ ପୁରସ୍କାର ପାଇଛନ୍ତି । ତାମିଲନାଡ଼ୁ ତିରୁଚୀପଲ୍ଲିର ତ୍ରିଚୀ ଲୋକସଭା ଆସନରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଏସ୍‌ ଦାମୋଦରନ୍ । 

ତେବେ ତାଙ୍କର ପରିବା ବିକ୍ରି କରିବା ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ସ୍ୱାଗତ କରିଛନ୍ତି । ଆଉ କିଛି ୟୁଜର କହିଛନ୍ତି ଏଭଳି ଲୋକ ରାଜନୀତିକୁ ଆସିବା କଥା । ଏମାନେ ରାଜନୀତିକୁ ଆସିଲେ ଦେଶର ଚିତ୍ର ବଦଳିବ । ହେଲେ ଆମ ରାଜନୀତି ଏମିତି କଳୁଷିତ ହୋଇଛି ଯେ, ଏମାନେ ଭୋଟ ପାଇ ଜିତିବେ ନାହିଁ । ଯାହାକି ଦୁର୍ଭାଗ୍ୟ । କାରଣ ଏମାନଙ୍କ ପାଖରେ ଏତେ ଟଙ୍କା ନାହିଁ, ଯେଉଁ ଟଙ୍କାରେ ଅନ୍ୟ ଦଳର ନେତାମାନେ ଭୋଟ କିଣି ବିଜୟୀ ହେଉଛନ୍ତି ।

 

ଠିକ୍ ସେହିଭଳି ଆଉ ଜଣେ ପ୍ରାର୍ଥୀଙ୍କ ବିଷୟରେ ଆମେ କହିଥିଲୁ, ଯିଏ କି ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପକାଇ ଯାଉଛନ୍ତି । ତାହା ପୁଣି ତାଙ୍କ ନିଜ ଇଚ୍ଛାରେ । ତେବେ ଏକଥା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇଥିବ ବା ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏକଥା ସତ । ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’ ।