Advertisment

ଆସ ବୁଲିଯିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ,ଏକାଠି ହୋଇଛି ଗଣତନ୍ତ୍ରର ଐତିହ୍ୟ ଓ ଆଧୁନିକତା

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ସମ୍ବିଧାନ କିପରି ପ୍ରଣୟନ ହୋଇଥିଲା ତା ମଧ୍ୟ ଲିପିବଦ୍ଧ ହୋଇଛି ଏଠାରେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Pradhan Mantri Sangrahalaya

Pradhan Mantri Sangrahalaya

ନୂଆ ନାଁରେ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ବିବିଧତାର ପ୍ରତୀକ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ(Pradhan Mantri Sangrahalaya) । ଦିଲ୍ଲୀ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଓ ଲାଇବ୍ରେରି ବିଧିବଦ୍ଧ ଭାବେ ନାମିତ ହୋଇଛି ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଭାବେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଗୌରବ ଗାଥା ଠାରୁ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିମାନଙ୍କ କୃତି ସ୍ଥାନ ପାଇଛି ଏହି ପୁନଃବିକଶିତ ସଂଗ୍ରହାଳୟରେ। ଏଥିରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ସାମିଲ ହୋଇଛି ।

Advertisment

୧୫ ଜଣ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିବାକୁ ଥିଲେ, ସେମାନଙ୍କ ସହ ବସିବାର ଓ ବୁଲିବାର ଅନୁଭୂତି ପାଇବାକୁ ଥିଲେ, ଥରେ ବୁଲିଯାଆନ୍ତୁ ନୂଆଦିଲ୍ଲୀ ତିନମୂର୍ତ୍ତି ଭବନରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ। ୧୦ ହଜାର ବର୍ଗ ମିଟର ପରିମିତ ଅଂଚଳରେ ନିର୍ମିତ ଏହି ମ୍ୟୁଜିୟମରେ ରହିଛି ୪୩ଟି ଚିତାକର୍ଷକ ତଥା ଶିକ୍ଷଣୀୟ ଗ୍ୟାଲେରୀ । ମ୍ୟୁଜିୟମରେ ପଶୁ ପଶୁ ଏହାର ଆଧୁନିକତାର ପରିଚୟ ଦେଉଛି ଶୂନ୍ୟରେ ଘୂର୍ଣ୍ଣାୟମାନ ଥ୍ରୀ-ଡି ପ୍ରିଣ୍ଟେଡ୍ ଜାତୀୟ ପ୍ରତୀକ।

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ସମ୍ବିଧାନ କିପରି ପ୍ରଣୟନ ହୋଇଥିଲା ତା ମଧ୍ୟ ଲିପିବଦ୍ଧ ହୋଇଛି ଏଠାରେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ପରବର୍ତ୍ତୀ ୧୪ଜଣ ପ୍ରଧାନମନ୍ତ୍ରୀଙ୍କ ଦେଶ ପ୍ରତି ରହିଥିବା ଅବଦାନ ଏଥିରେ ସ୍ଥାନିତ ପାଇଛି । ସେମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଚ୍ୟାଲେଂଜ କିପରି ସାମ୍ନା କରିଛନ୍ତି ତା ମଧ୍ୟ ଲେଖାଯାଇଛି ।

Advertisment

ଏଥିସହ ସେମାନେ ବ୍ୟବହାର କରୁଥିବା ସାମଗ୍ରୀ, ଦେଶ ଓ ବିଦେଶରୁ ପାଇଥିବା ଉପହାର ଗୁଡ଼ିକ ମଧ୍ୟ ଏଠାରେ ସଂରକ୍ଷିତ ହୋଇଛି । ଡିଜିଟାଲ ଫର୍ମାଟରେ ସଂରକ୍ଷିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀମାନେ ବିଭିନ୍ନ ସମୟରେ ରେଡିଓ ଓ ଟିଭିରେ ଦେଇଥିବା ଉଲ୍ଲେଖନୀୟ ଅଭିଭାଷଣ।...

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ସହ ଏହାର ଲୋଗୋକୁ ଧର୍ମଚକ୍ର ପରି ଦର୍ଶାଯାଇଛି । ଏହା ଗଣତନ୍ତ୍ର ଓ ଦେଶକୁ ସୂଚୀତ କରୁଛି । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଭର୍ଚୁଆଲ ରିଅଲିଟି, ଅଗମେଣ୍ଟେଡ୍ ରିଅଲିଟି, ମଲଟି ଟଚ୍ ଓ ମଲଟି ମିଡିଆ ସ୍କ୍ରିନ୍ , ଇଣ୍ଟରାକ୍ଟିଭ୍ କିଓସ୍କ, ଇଣ୍ଟରାକ୍ଟିଭ୍ ସ୍କ୍ରିନ୍ ଆଦି ରହିଛି । ଏହାଦ୍ୱାରା ଦର୍ଶକମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଏଠାରେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀମାନଙ୍କ ଡିଜିଟାଲ୍ ପ୍ରତିକୃତି ସହ ସେଲଫି ଉଠାଇପାରିବେ। ଅଗମେଣ୍ଟେଡ୍ ରିଅଲିଟି ମାଧ୍ୟମରେ ସଂସଦ ଆଗରେ ପ୍ରଧାନମନ୍ତ୍ରୀମାନଙ୍କ ସହ ବୁଲୁଥିବାର ଅନୁଭବ ପାଇପାରିବେ ।

ସ୍ୱାଧୀନ ଭାରତ ସୃଷ୍ଟି ପାଇଁ ଯେଉଁ ପ୍ରତିନିଧି ମାନଙ୍କ ଅବଦାନ ରହିଥିଲା ସେମାନଙ୍କ କୃତି ବିଷୟରେ ଏଠାରେ ବିସ୍ତୃତ ତଥ୍ୟ ସ୍ଥାନିତ ହୋଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅବଦାନକୁ ସ୍ଥାନିତ କରିବାକୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନେହରୁଙ୍କ ଆଧୁନିକ ଭାରତର ରୂପରେଖ ଥିବା ହୀରାକୁଦ ଡ୍ୟାମ୍, ନାଗାର୍ଜୁନ ଡ୍ୟାମ୍, ଯୋଜନା କମିଶନ ମଧ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ଲାଇବ୍ରେରୀର ଉପାଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ କହିଛନ୍ତି ।

ଗତ ଜୁନ ମାସରେ ନେହରୁ ମେମୋରିଆଲ ମ୍ୟୁଜିୟମ୍ ଓ ଲାଇବ୍ରେରୀର ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଏଥିରେ ଏହାର ନାମ ପ୍ରଧାନମନ୍ତ୍ରୀ ମେମୋରିଆଲ ମ୍ୟୁଜିୟମ୍ ଓ ଲାଇବ୍ରେରୀରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହାପରେ ଅଗଷ୍ଟ ୧୪ରେ ଏହାକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବେ ବିଧିବଦ୍ଧ ସ୍ୱୀକୃତି ମିଳିଥିଲା।

ସେପଟେ ନେହରୁ ମେମୋରିଆଲ ମ୍ୟୁଜିୟମ୍ ଓ ଲାଇବ୍ରେରୀର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । 'ନାମକରଣ' ରାଜନୀତିକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ଭବନ ଏକଦା ଥିଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ସରକାରୀ ବାସଭବନ। ତାଙ୍କ ଦେହାନ୍ତ ପରେ ଏହାକୁ ନେହରୁ ମେମୋରଆଲ ମ୍ୟୁଜିୟମ୍ ଓ ଲାଇବ୍ରେରୀ ଭାବେ ନାମିତ କରାଯାଇଥିଲା।

କିନ୍ତୁ ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ, ହଠାତ୍ ଏହାର ନାମ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ। କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିବା ସହିତ, ପଚାରିଛି ଯେ ୧୪୦କୋଟି ଦେଶବାସୀଙ୍କ ହୃଦୟରେ ସ୍ଥାନ ପାଇଥିବା ନେହରୁଙ୍କ ପ୍ରତି ବିଜେପିର ଏତେ ଘୃଣା କାହିଁକି? ସମାଜବାଦି ପାର୍ଟି ଓ ଆପ୍ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିଶାନା କରିଛି। ...

ସେପଟେ ଦେଶ ପାଇଁ ଅନେକ ଲୋକଙ୍କ ଅବଦାନ ରହିଥିଲେ ମଧ୍ୟ, ଗାନ୍ଧି ପରିବାର ନାଁରେ ଅନେକ ଯୋଜନା ଚାଲୁ ରହିଛି। ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ସବୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ସଂଗ୍ରହାଳୟ ପାଇଁ ଯୋଜନା କରାଯାଇଛି ବୋଲି ବିଜେପି ଜବାବ ରଖିଛି ।...

Advertisment
Advertisment