Advertisment

ଜହ୍ନଠୁ ୨୫ କି.ମି. ଦୂରରେ ଚନ୍ଦ୍ରୟାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର...

ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରୟାନ-୩। ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର।

author-image
Rajalaxmi Sahoo
Vikram lander completes final deboosting, all eyes on Aug 23 landing

Vikram lander completes final deboosting, all eyes on Aug 23 landing

ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରୟାନ-୩। ଆଜି ଭୋର ସମୟରେ ଲାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଛି। ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର। ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି।

Advertisment

ବର୍ତ୍ତମାନ ଲାଣ୍ଡର ୨୫ କିଲୋମିଟର ଗୁଣା ୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରରୁ ପରିକ୍ରମା କରୁଛି। ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି କକ୍ଷପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର୍।

ଦୁଇ ଦିନ ପୂର୍ବେ ଲାଣ୍ଡର ପ୍ରଥମ ଡିବୁଷ୍ଟିଂ ହୋଇଥିଲା। ଏବେ ରହିଲା ଶେଷ ଅଗ୍ନି ପରୀକ୍ଷା । ଆସନ୍ତା ୨୩ ତାରିଖରେ ଲାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ।

Advertisment

ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ। ଏହାସହ ଜଳର ମଧ୍ୟ ସନ୍ଧାନ କରିବ। ସେପଟେ ଗୁରୁବାର ପ୍ରପଲସନ୍‌ ମଡ୍ୟୁଲରୁ ଅଲଗା ହୋଇଥିଲା ଲାଣ୍ଡର।

ଏବେ ପ୍ରପଲସନ୍‌ ମଡ୍ୟୁଲ ପୃଥିବୀ ଚାରିପଟେ ମାସ ମାସ ଏପରିକି ବର୍ଷ ବର୍ଷ ମଧ୍ୟ ଘୂରି ବୁଲିବ ଓ ବାୟୁମଣ୍ଡଳ ସଂପର୍କରେ ତଥା ମେଘରୁ ଆସୁଥିବା ଆଲୋକର ପୋଲାରାଇଜେସନ ସଂପର୍କରେ ତଥ୍ୟ ସଂଗ୍ରହ କରିବ। 

Chandrayaan-3
Advertisment
Advertisment