Advertisment

KIIT Student Death: ନେପାଳୀ ଛାତ୍ରୀ ଆତ୍ମହତ୍ୟା ପରେ ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ସେହି ଅନୁଷ୍ଠାନର ପୁଣି ଜଣେ ଛାତ୍ରଙ୍କର ଘଟିଛି ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ମିଳିଥିବା ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ ।

author-image
Deviprasad Jena
ଅଦ୍ୟତନ ହୋଇଛି
ପୁଣି କିଟ୍‌ ପୁଣି ଛାତ୍ର ମୃତ୍ୟୁ !

ପୁଣି କିଟ୍‌ ପୁଣି ଛାତ୍ର ମୃତ୍ୟୁ !

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ସେହି ଅନୁଷ୍ଠାନର ପୁଣି ଜଣେ ଛାତ୍ରଙ୍କର ଘଟିଛି ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ମିଳିଥିବା ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ । 

Advertisment

ସେ କିଟ୍ ହଷ୍ଟେଲରୁ ମଞ୍ଚେଶ୍ବର କାହିଁକି ଯାଇଥିଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଥିଲା ସେ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଏଣେ କିଟ୍ କର୍ତ୍ତୃପକ୍ଷ କହିଛନ୍ତି- ଘଟଣାଟି କ୍ୟାଂପସ୍ ବାହାରେ ଘଟିଛି।ତେଣୁ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭୁବନେଶ୍ବର ମଞ୍ଚେଶ୍ବରର ଏକ ନିର୍ମାଣାଧୀନ କୋଠା ତଳୁ ଉଦ୍ଧାର ହେଲା ମୃତଦେହ ।

ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମୃତଦେହଟି ଦେଖିବା ପରେ ପୋଲିସକୁ ଖବର ଦିଆ ଯାଇଥିଲା । ଗଲାକାଲି ରାତିରୁ ତାଙ୍କ ମୃତଦେହ ମିଳିଥିଲେ ବି ପରିଚୟ ଜଣା ପଡ଼ିନଥିଲା । ଆଜି ସକାଳେ ଚିହ୍ନଟ ହେବା ପରେ ସେ କିଟ୍‌ ବିଶ୍ୱବିଦ୍ୟାଳୟର ବି.ଟେକ୍ ତୃତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଥିଲା । ତାଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ଘର ପଶ୍ଚିମବଙ୍ଗର ବାଙ୍କୁରା ବୋଲି ଜଣାପଡିଛି । କିଟ୍ ୟୁନିଭରସିଟି ହଷ୍ଟେଲରେ ରହି ପଢ଼ୁଥିଲେ ଅର୍ଣ୍ଣବ । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ମଞ୍ଚେଶ୍ବର ପୋଲିସ୍ । ପରିବାର ଲୋକେ ଆସିବାପରେ ଅର୍ଣ୍ଣବଙ୍କ ପୋଷ୍ଟମର୍ଟମ୍ କରାଯିବ । ସେପଟେ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଖୋଳତାଡ଼ କରୁଛି ପୋଲିସ୍।

Advertisment

ଅଧିକ ପଢ଼ନ୍ତୁ: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

କିଟ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କର ମୃତ୍ୟୁ ହେଲା କେମିତି? ସେ ମଞ୍ଚେଶ୍ବର ଅଞ୍ଚଳକୁ ଯାଇଥିଲେ କାହିଁକି? ମୃତଦେହ ଉଦ୍ଧାର ହୋଇଥିବା ନିର୍ମାଣାଧୀନ କୋଠା ପାଖକୁ ସେ ଏକୁଟିଆ ଯାଇଥିଲେ? ନା ସାଙ୍ଗରେ ଆଉ କିଏ କିଏ ଥିଲେ? ସେ ସୁଇସାଇଡ୍ କରିଛନ୍ତି ନା ମୃତ୍ୟୁର କାରଣ ଅନ୍ୟ କିଛି? ସେପଟେ କିଟ୍ କର୍ତ୍ତୃପକ୍ଷଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବା ପରେ ହ୍ବାଟସଆପ୍ ମେସେଜ୍ ଜରିଆରେ ପ୍ରତିକ୍ରିୟା ରଖି କିଟ୍ ମୁଖ୍ୟ ଜନସଂପର୍କ ଅଧିକାରୀ ଶ୍ରଦ୍ଧାଞ୍ଜଳି ନାଏକ ଲେଖିଛନ୍ତି 'ଏ ଘଟଣାଟି କ୍ୟାଂପସ୍ ବାହାରେ ଘଟିଛି, ପୋଲିସ ତାର ତଦନ୍ତ କରୁଛି । ଆମେ ମଧ୍ୟ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ।'

ଫେବ୍ରୁଆରୀ-୧୬- ୨୦୨୫ରେ ମାତ୍ର ଦେଢ ମାସ ତଳେ କିଟ୍‌ରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ବିବାଦ ନଥମୁଣୁ ପୁଣି ଗତକାଲି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ସୃଷ୍ଟି କରିଛି ହଇଚଇ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସେତେବେଳେ ଆନ୍ଦୋଳନକୁ ଓହ୍ଲାଇଥିବା ଅନ୍ୟ ନେପାଳୀ ଷ୍ଟୁଡେଣ୍ଟମାନଙ୍କୁ କିଟ୍ କର୍ତ୍ତୃପକ୍ଷଙ୍କ ଅଶୋଭନୀୟ ଆଚରଣ ପାଇଁ ସାରା ବିଶ୍ବରେ ଓଡ଼ିଶାକୁ ନିନ୍ଦିତ କରିଥିଲା ।

ବିକ୍ଷୋଭ ଓ ଆନ୍ଦୋଳନରେ ସାରା ରାଜ୍ୟ ଉଠିଥିଲା ପଡ଼ିଥିଲା । ବୈଦେଶିକ ମନ୍ତ୍ରାଳୟର ମୁଣ୍ଡ ବି ତଳକୁ ହୋଇଯାଇଥିଲା । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ ପ୍ରତିଷ୍ଠାତାଙ୍କଠୁ କିଟ୍‌ର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ସ୍ପେଶାଲ ଇନକ୍ବାରି ଟିମ୍ ଡାକି ଜେରା କରିଥିଲେ । ଗତ ମାସ ୬ ଓ ୭ ତାରିଖ ଦୁଇଦିନ ଧରି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ କିଟ୍‌କୁ ଆସି ତନାଘନା କରି ଫେରିଥିଲେ । ଟିମ୍ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ପୁରା ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ମ୍ୟାନେଜମେଣ୍ଟର ତ୍ରୁଟି ଅତ୍ୟନ୍ତ ସ୍ପଷ୍ଟ ଥିବାରୁ ପୋଲିସ ଏନେଇ ଏଫ୍ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ: କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ

Odisha News Bhubaneswar Student Death KIIT University
Advertisment
Advertisment