/odishatv-khabar/media/post_attachments/uploadimage/library/16_9/16_9_0/____1692509262.jpg)
Girl found dead under mysterious circumstances in Ganjam
ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବତୀ ମୁଜାଗଡ଼ ଗାଁର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଯୁବତୀ ଜଣକ ଘନଶ୍ୟାମ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଦେଖା କରିବାକୁ କ୍ଷତ୍ରିୟବରପୁର ଗାଁକୁ ଯାଇଥିଲେ। ସେଠାରେ ପ୍ରେମିକ ଘନଶ୍ୟାମଙ୍କ ସହ ଦେଖା କରିବା ପରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଝିଅର ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଝିଅକୁ ଘନଶ୍ୟାମ ହତ୍ୟା କରିଛନ୍ତି। ଏତଲା ପରେ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି ପୋଲିସ।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ଓ ଘନଶ୍ୟାମଙ୍କ ମଧ୍ୟରେ ଗତ ୧୫ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ଏହାରି ଭିତରେ ଘନଶ୍ୟାମ ଆଉ ଜଣଙ୍କୁ ବିବାହ କରିଥିବାବେଳେ ଉକ୍ତ ଯୁବତୀ ଅବିବାହିତା ହୋଇ ରହିଥିଲେ। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସ କିମ୍ବା ଘନଶ୍ୟାମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)