Advertisment

Odisha Politics: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ଭକ୍ତ ।

author-image
Deviprasad Jena
ଏବେବି ଚାଲୁଛି ପାଣ୍ଡିଆନ ରାଜ ?

ଏବେବି ଚାଲୁଛି ପାଣ୍ଡିଆନ ରାଜ ?

ଭି.କେ. ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ପିସିସି ସଭାପତି ଭକ୍ତ ଦାସ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ VRS ଲାଗି କରିଥିବା ଆବେଦନକୁ ୨୭ ମାର୍ଚ୍ଚରେ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । ମାତ୍ର ୨୪ ଘଣ୍ଟା ଭିତରେ ୨୮ ମାର୍ଚ୍ଚରେ ଏହାକୁ ମିଳି ଯାଇଥିଲା ଅନୁମୋଦନ । ଯେଉଁଥିରୁ ସ୍ପଷ୍ଟ ଯେ ଆଜି ବି ପାଣ୍ଡିଆନ୍ ବେଶ୍ ପାୱାରଫୁଲ୍ । ବିଜେପି-ବିଜେଡି ଭିତରେ ଗଭୀର ସଂପର୍କ ଅଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଭକ୍ତ ।

Advertisment

ସେପଟେ ବିଜେଡି ଭକ୍ତଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । କହିଛି ଭି.କେ. ପାଣ୍ଡିଆନ୍ କି ସୁଜାତା କୌଣସି ଦୁର୍ନୀତିରେ ନଥିଲେ, ଯେଉଁଥିପାଇଁ ଖୁବ୍ କମ୍ ଦିନରେ କେନ୍ଦ୍ର VRSକୁ ଅନୁମୋଦନ ଦେଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ପିସିସି ସଭାପତିଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, କିଏ ମିଶିକି ଅଛନ୍ତି ତାହା ଗଲା ୨୭ ତାରିଖ କଂଗ୍ରେସର ବିକ୍ଷୋଭ ବେଳେ ହୋଇଥିବା ହିଂସାକାଣ୍ଡରୁ ସ୍ପଷ୍ଟ ହେଉଛି ।

ଅଧିକ ପଢ଼ନ୍ତୁ: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

କିଛି ଦିନ ତଳେ ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ସୁଜାତାଙ୍କ ନାଁ ନେଇ ଟାର୍ଗେଟ୍ କରିଥିଲେ । ମନ୍ତ୍ରୀ କହିଥିଲେ ବିଜେଡି ସରକାର ସମୟରେ ପଞ୍ଚାୟତିରାଜ ବିଭାଗକୁ ସୁଜାତାଙ୍କ ପାଖରେ ସମର୍ପି ଦିଆଯାଇଥିଲା । ଅନ୍ୟପଟେ ପ୍ରଶ୍ନ ଉଠୁଛି ସୁଜାତା କାହିଁକି ସ୍ବାମୀଙ୍କ ପଦାଙ୍କ ଅନୁସରଣ କରି VRS ନେଲେ ? ଯଦିଓ ଓଟିଭିକୁ ନିଜ ପ୍ରତିକ୍ରିୟାରେ ସୁଜାତା କହିଛନ୍ତି, ସେ ରାଜନୀତି କୁ ଆସିବେ ନାହିଁ, ତେବେ ତରବରିଆ ଭାବେ VRS ନେବା ପଛର ଅସଲ କାରଣ କଣ ହୋଇପାରେ? କାହିଁକି ନୋଟିସ ପିରିୟଡରେ ରହିଲେ ନାହିଁ ଏହି ୨୦୦୦ ବ୍ୟାଚର ଆଇଏଏସ?

Advertisment

୬ ମାସିଆ ଛୁଟିରୁ ଫେରି ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ କଣ ଏମିତି ସ୍ଥିତି ହେଲା ଯେ ନୂଆ ସରକାର ସହିତ ଖାପ ଖୁଆଇ ପାରିଲେନି ସୁଜାତା? ୨୪ ବିପର୍ଯ୍ୟୟ ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର । ଆଉ ଗୋଷ୍ଠୀ କନ୍ଦଳ ପାଇଁ ଦଳର ଅନେକ ନେତା ପାଣ୍ଡିଆନ ହିଁ ମୂଳ କାରଣ ବୋଲି କହୁଛନ୍ତି । କାରଣ ନବୀନଙ୍କ ସହିତ ପାଣ୍ଡିଆନ୍ ଛାଇ ଭଳି ରହୁଛନ୍ତି । ଆଉ ଦଳର ସବୁ ନିଷ୍ପତ୍ତି ବି ଏକ ପ୍ରକାର ତାଙ୍କ ହାତରେ ।

ସେପଟେ କିଛି ପରାଜିତ ବିଜେଡି ନେତା ପାଣ୍ଡିଆନ୍ ଓ ସୁଜାତାଙ୍କୁ ଭୂରି ଭୂରି ପ୍ରସଂଶା କରୁଛନ୍ତି । ଗତକାଲି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ସୋସିଆଲ୍ ମିଡିଆ ସାଇଟରେ ସୁଜାତାଙ୍କୁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ । ଏଣେ ଶଙ୍ଖ ଭବନରେ ଆୟୋଜିତ ଓଡ଼ିଶା ଦିବସ ଉତ୍ସବରେ ନବୀନଙ୍କ ଆଗରେ ପୁଣି ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା । ଗୋଟିଏ ପଟେ ପାଣ୍ଡିଆନଙ୍କୁ ଦଳ ଭିତରୁ ପ୍ରବଳ ବିରୋଧ, ଆଉ ଅନ୍ୟପଟେ କିଛି ନେତାଙ୍କ ସମର୍ଥନ ।

ଏହାରି ଭିତରେ ପାଣ୍ଡିଆନ୍ ଦମ୍ପତିଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ନିର୍ବାଚନ ସମୟରେ ମିଶନ୍ ଶକ୍ତି ସଚିବ ଥିବା ସୁଜାତାଙ୍କୁ ନିର୍ବାଚନ କମିଶନଙ୍କ ଛାଟ ବାଜିବାପରେ ତାଙ୍କୁ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା । ଆଉ ଏବେ VRS ପରେ ସୁଜାତାଙ୍କ ଆଗାମୀ ପଦକ୍ଷେପ କଣ ରହୁଛି, ତା'ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

BJD BJP Congress Odisha Politics Bhakta Charan Das VK Pandian
Advertisment
Advertisment