ଭାରତର ଚନ୍ଦ୍ର ବିଜୟ ପରେ ଏବେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଖୋଜୁଛି ଅଜଣା ତଥ୍ୟ। ହାତରେ ଆଉ ୧୧ ଦିନ ସମୟ ଥିବାବେଳେ ଆଉ କିଛି ମିଟର ଆଗକୁ ଗଡିଛି ରୋଭର ପ୍ରଜ୍ଞାନ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ଓହ୍ଲାଇଥିବା ସ୍ଥାନ- ଶିବଶକ୍ତି ପଏଣ୍ଟର ଚତୁର୍ଦ୍ଦିଗରେ ଘୁରି ବୁଲୁଛି ରୋଭର ପ୍ରଜ୍ଞାନ। ଏନେଇ ଟ୍ୱିଟ୍ କରି ଇସ୍ରୋ ସୂଚନା ଦେଇଛି।
Also Read
ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ୮ ମିଟର ବାଟ ଗଡ଼ିଛି । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର। ତାର ପ୍ରତିଟି ଗତିବିଧି ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହେଉଛି। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୫ ଶହ ମିଟର ଗଡିବ। ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।
Chandrayaan-3 Mission:
— ISRO (@isro) August 26, 2023
🔍What's new here?
Pragyan rover roams around Shiv Shakti Point in pursuit of lunar secrets at the South Pole 🌗! pic.twitter.com/1g5gQsgrjM
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।
ଲମ୍ବିଲା ୨ ଥାକିଆ ଶିଡ଼ି, ଖୋଲିଲା ରୋଭରର ସୋଲାର ପ୍ୟାନେଲ୍ । ଲ୍ୟାଣ୍ଡର ବିକ୍ରମର ପେଟ ଭିତରୁ ବାହାରି ଛୋଟ ଶିଶୁଟିଏ ଭଳି ଧିରେଧିରେ ତଳକୁ ଓହ୍ଲାଇଛି ରୋଭର୍ ପ୍ରଜ୍ଞାନ । ମାପିଚୁପି ପାହୁଣ୍ଡ ବଢ଼ାଉଛି ଜହ୍ନରାଇଜରେ । ଗଡ଼ିବା ମାତ୍ରେ ହିଁ ଧୂଳି ଉପରେ ଛାଡ଼ିଯାଉଛି ଅଲିଭା ଛାପ । ପ୍ରଜ୍ଞାନର ଏହି ପ୍ରଥମ ଚାଲିକୁ ପଛରୁ ନିରେଖି ଦେଖୁଛି ବିକ୍ରମ । ଶୁଣିବାକୁ କାହାଣୀ ଭଳି ଲାଗୁଥିଲେ ବି, ଇଏ ଏକଦମ୍ ସତ ଘଟଣା । ଯାହାକି ୨ ଦିନ ତଳେ ଘଟିଛି ଚନ୍ଦ୍ରପୃଷ୍ଠରେ, ପୃଥିବୀଠୁ ପ୍ରାୟ ୩ ଲକ୍ଷ ୮୪ହଜାର କିଲୋମିଟର ଦୂରରେ । ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ଏହି ଦୃଶ୍ୟ ଦେଖିବାକୁ, ଗତ ବୁଧବାରଠୁ ଚାହିଁ ବସିଥିଲା ସାରା ଦେଶ । ତେବେ ଇଏ ତ ଗତ ୨୩ ତାରିଖର ଭିଡିଓ ।