• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିରାଟ ଚାକୁଣ୍ଡା ଗଛ । ଆଉ ତାହାରି ତଳେ ବସି ପିଲାଏ ପଢୁଛନ୍ତି ପାଠ । ହାତରେ ବହି ଧରି ଶିକ୍ଷୟିତ୍ରୀ ପିଲାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଉତ୍ତର ବି ବୁଝାଇ ଦେଉଛନ୍ତି । ହେଲେ ଶ୍ରାବଣ ମାସରେ ଗଛ ତଳେ ବସି କାହିଁକି ପିଲାମାନେ ପାଠ ପଢୁଛନ୍ତି? ତାହା ଜାଣିବା ପରେ ମୁଣ୍ଡ ଝାଏଁ ଝାଏଁ ମାରିବ ।

ଅଧପନ୍ତରିଆ ଅବସ୍ଥାରେ ସ୍କୁଲ ଘର । ଗଛ ମୂଳେ ବସି ପିଲା ପଢୁଛନ୍ତି ପାଠ । ପାଖାପାଖି ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସି ଦୈନିକ ପଢୁଛନ୍ତି ପାଠ । ଦୃଶ୍ୟ କେଉଁ ଉପାନ୍ତ ଅଂଚଳର ନୁହେଁ । ପୁରୀ ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲ ପରିସରରେ ଚାଲୁଥିବା ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ୨ ବର୍ଷ ହେଲାଣି ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କାମ ସରିପାରୁନି । ତେଣୁ ବାଧ୍ୟ ହୋଇ ଗଛ ତଳେ ବସି ପିଲା ପଢୁଛନ୍ତି ପାଠ ।

ଡ଼େଲାଙ୍ଗ ବ୍ଲକରେ ୧୨ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାମ ଆରମ୍ଭ ହୋଇଥିଲା । ଏ ବର୍ଷ ଅକ୍ଟୋବର ସୁଦ୍ଧା ମସିହାରେ କାମ ସରିବା କଥା । ନିର୍ଦ୍ଧାରିତ ସମୟ ପାଖେଇ ଆସିଲାଣି । ହେଲେ ଏଯାଏ ଘର ଗୁଡିକ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ତେଣୁ ସ୍କୁଲ ଘରେ ନୁହେଁ ବରଂ ଗଛମୂଳେ ବସି ପାଠ ପଢୁଛନ୍ତି ପିଲା । ଘର ନଥିବାରୁ ସ୍ଥାନୀୟ ବେରବୋଇ ହାଇସ୍କୁଲ ପରିସରରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଛି । ତେବେ ସେଠାରେ ଶୌଚାଳୟର ସୁବିଧା ନଥିବା ସହିତ ପିଇବା ପାଣିର ସମସ୍ୟା ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉଭୟ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିପଦସଂକୁଳ ଅବସ୍ଥାରେ ପିଲାମାନେ ବସି ପାଠ ପଢୁଥିବା କଥାକୁ ଖୋଦ୍‌ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ସ୍ୱୀକାର କରିଛନ୍ତି । ଏହାସହ ବିଦ୍ୟାଳୟକୁ ସ୍ଥାନାନ୍ତର କରି ହାଟ ଡ଼େଲାଙ୍ଗ ସ୍ଥିତ ମହତାବ ହାଇସ୍କୁଲରେ ଚାଲୁ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି । ତେବେ ସମୟ କହିବ କେବେ ନୂଆ ଘରେ ପିଲାମାନେ ପାଠ ପଢିବାର ପାଉଛନ୍ତି ସୁଯୋଗ ।

  • Reported by:
  • Duti Krushna Pattnaik