• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗତ ବର୍ଷକ ଭିତରେ ତଳକୁ ଖସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଏ ତଥ୍ୟ ମିଳିଛି । ଏହି ସର୍ଭେ ରିପୋର୍ଟ ଅନୁସାରେ ବର୍ଷକ ଭିତରେ ନବୀନଙ୍କ ଲୋକପ୍ରିୟତା ୧୬ ଦଶମକି ୮ ପ୍ରତିଶତ ହ୍ରାସ ପାଇଛି । ଗତ ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା ଥିଲା ୭୮ ଦଶମିକ ୧ ପ୍ରତିଶତ ।

ବର୍ତ୍ତମାନ ଅର୍ଥାତ ଏହି ବର୍ଷ ଅଗଷ୍ଟରେ ଏହା ୬୧ ଦଶମିକ ୩ ପ୍ରତିଶତକୁ ହ୍ରାସ ପାଇଛି । ସେହିଭଳି ୨୦୨୩ ଜାନୁୟାରୀରେ ହୋଇଥିବା ସର୍ଭେ ରିପୋର୍ଟରେ ନବୀନଙ୍କ ଲୋକପ୍ରିୟତା ଥିଲା ୭୩ ଦଶମିକ ୨ ପ୍ରତିଶତ । ଏହି ବର୍ଷ ଜାନୁଆରୀ ଓ ଅଗଷ୍ଟର ସର୍ଭେ ରିପୋର୍ଟକୁ ତୁଳନା କଲେ ନବୀନଙ୍କ ଏହି ୮ ମାସ ଭିତରେ ନୀବନଙ୍କ ଲୋକପ୍ରିୟତା ୧୨ ପ୍ରତିଶତ ହ୍ରାସ ପାଇଛି ।

ତଳକୁ ଖସୁଛି ନବୀନଙ୍କ ଲୋକପ୍ରିୟତା । ବର୍ଷକ ଭିତରେ ୧୬ ଦଶମିକ ୮ ପ୍ରତିଶତ କମିଲାଣି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପପୁଲାରିଟି । ନିକଟରେ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଭେ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ତଥ୍ୟ । ଏହି ସର୍ଭେ ରିପୋର୍ଟ ଅନୁସାରେ ୨୦୨୨ ଅଗଷ୍ଟରେ ନବୀନଙ୍କ ପ୍ରଦର୍ଶନକୁ ପସନ୍ଦ କରୁଥିଲେ ୭୮ ଦଶମିକ ୧ ପ୍ରତିଶତ ଲୋକ ।

ତେବେ ଏ ବର୍ଷ ଅର୍ଥାତ ୨୦୨୩ ଅଗଷ୍ଟରେ ଏ ଲୋକପ୍ରିୟତା ୬୧ ଦଶମିକ ୩ ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ୍ ବର୍ଷକ ଭିତରେ ୧୬ ଦଶମିକ ୮ ପ୍ରତିଶତ ଲୋକପ୍ରିୟତା ହରାଇଲେଣି ନବୀନ । ଦେଶ୍ୟବ୍ୟାପୀ ୩୦ ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ କରାଯାଇଥିବା ଏହି ସର୍ଭେରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଲୋକପ୍ରିୟତା ୫୩ ଦଶମିକ ୩ପ୍ରତିଶତରୁ ୫୯ ଦଶମିକ ୧ ପ୍ରତିଶତକୁ ବୃଦ୍ଧି ପାଇଛି ।

ଇଣ୍ଡିଆ ଟୁଡେ ପକ୍ଷରୁ ୨୦୨୩ ଜାନୁଆରୀରେ ମଧ୍ୟ ଏକ ସର୍ଭେ କରାଯାଇଥିଲା । ଏଥିରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଳକୁ ଖସୁଥିବା ନେଇ ରିପୋର୍ଟ ପ୍ରକାଶ କରିଥିଲା ଇଣ୍ଡିଆ ଟୁଡେ । ଏଇ ବର୍ଷ ଜାନୁଆରୀରେ ହୋଇଥିବା ସର୍ଭେରେ ନବୀନଙ୍କ ଲୋକପ୍ରିୟତା ଥିଲା ୭୩ ଦଶମିକ ୨ ପ୍ରତିଶତ । ଏବେ ଅଗଷ୍ଟ ମାସର ସର୍ଭେକୁ ତୁଳନା କଲେ ଏଇ ୮ ମାସ ଭିତରେ ନବୀନଙ୍କ ୧୨ ପ୍ରତିଶତ ଖସିବା ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରିଛି ଇଣ୍ଡିଆ ଟୁଡେ । ସେପଟେ ଏ ସର୍ଭେ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ଇଣ୍ଡିଆ ଟୁଡେ’ ତାର ଏହି ନମୁନା ସର୍ଭେରେ ରାଜ୍ୟର ୩୭୬୦ ଜଣ ଲୋକଙ୍କ ମତାମତ ସଂଗ୍ରହ କରିଥିଲା । ତେବେ ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ ଥିବା ବେଳେ ନବୀନ ଲୋକପ୍ରିୟତାରେ ଏଭଳି କ୍ରମାଗତ ହ୍ରାସ ଉଭୟ ବିଜୁ ଜନତା ଦଳ ଓ ବିଜେଡି ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବନିତ, ତାକୁ ନେଇ ପ୍ରଶ୍ନ ଉଠିଛି ।