• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି । ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍ । ଏହି ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ପ୍ରଦୂଷିତ ମେଟ୍ରୋ ହେଉଛି ବିହାରର ବେଗୁସରାଇ । ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ ।

ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର । ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ । ତୃତୀୟ ସ୍ଥାନରେ ରହିଛି ଭାରତ । ଗତ ବର୍ଷ ଭାରତ ଅଷ୍ଟମ ସ୍ଥାନରେ ଥିଲା । ଦିଲ୍ଲୀର ବାୟୁମଣ୍ଡଳରେ PM 2.5 ର ପରିମାଣ ହେଉଛି ପ୍ରତି କ୍ୟୁବିକ ମିଟରରେ ୮୯. ୧ ମାଇକ୍ରୋଗ୍ରାମ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ; ଦିଲ୍ଲୀକୁ ଟପିଲା ଅନୁଗୁଳ

୨୦୧୮ରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟିର ବଦନାମ ମୁଣ୍ଡାଇଲାଣି । ଅନ୍ୟପଟେ, ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଲାଣି । ଭୟଙ୍କର ପ୍ରଦୂଷଣ ପାଇଁ ବିଶେଷ କରି ଶ୍ୱାସରୋଗୀଙ୍କ ସମସ୍ୟା ବୃଦ୍ଧି ପାଇଛି । ଅଧିକରୁ ଅଧିକ ରୋଗୀ ଶ୍ୱାସ, ଥଣ୍ତାରେ ପୀଡ଼ିତ ହେଉଛନ୍ତି । ସବୁ ବୟସର ବ୍ୟକ୍ତିଙ୍କୁ ବାୟୁ ପ୍ରଦୂଷଣ ପ୍ରଭାବିତ କରୁଛି ।

ତେବେ ପଡ଼ୋଶୀ ରାଜ୍ୟ ପାଇଁ ଦିଲ୍ଲୀର ପ୍ରଦୂଷଣ ବଢ଼ୁଛି । ପଡ଼ୋଶୀ ରାଜ୍ୟରେ ଲଗାତାର ଭାବେ ଚାଷ ପାଇଁ ଜମିରେ ନିଆଁ ଲଗାଉଛନ୍ତି ଚାଷୀ । ଫଳରେ ପ୍ରଦୂଷିତ ବାୟୁ ଅନ୍ୟ କେଉଁ ଆଡ଼େ ଯାଇ ନପାରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରଦୂଷିତ କରୁଛି । ଏହି ପ୍ରଦୂଷଣ ପାଇଁ ଲୋକେ ଆଜମା, କ୍ୟାନସର, ଫୁସଫୁସ୍ ରୋଗ, ହାର୍ଟ ଆଟାକ ପରି ରୋଗର ଶିକାର ହେଉଛନ୍ତି । ଗତ ବର୍ଷ ଦିଲ୍ଲୀ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ଥିଲା । ବର୍ଷ ତମାମ ପ୍ରଦୂଷଣ ଆକ୍ତାମାକ୍ତା କରିଥିଲା ଦିଲ୍ଲୀବାସୀଙ୍କୁ ।

ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ପାର୍ କରିଯାଇଥିଲା । ଗୋଟେ ପଟେ ବିଷ ବଳୟ ଭିତରେ ଦିଲ୍ଲୀବାସୀ କଲବଲ ହେଉଥିବା ବେଳେ, ଏହାକୁ କମ୍ କରିବାକୁ ସରକାର ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଜଣା ପଡ଼ିଛି ।