• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାୟୁପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । ଓଡ଼ିଶାର ୫ଟି ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩ ଶହ ପାର କରିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ । ସେହିପରି ଭୁବନେଶ୍ୱର ଓ କଟକ ମଧ୍ୟ ଏଥିରୁ ବାଦ ପଡିନି । ଭୁବନେଶ୍ୱରରେ ୩୩୪ ଏବଂ କଟକରେ AQI ସ୍ତର ୩୩୮ ରହିଛି । ବାଲେଶ୍ୱରରେ ୩୩୮ ଏବଂ ବାରିପଦାରେ ରହିଛି ୩୨୧ ।

ଗତକାଲିର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଅତି ସାଙ୍ଘାତିକ ସ୍ଥିତିରେ ଦେଶର ଅନେକ ସହର ରହିଛି । AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ ।

ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ । ୬ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ AQI ୩୩୮ ରହିଛି ।

ବାୟୁ ପ୍ରଦୂଷଣର ମାତ୍ରା ବଢ଼ିଲେ ମଣିଷ ଦେହରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ପ୍ରଦୂଷଣ ଯୋଗୁ, ବିଶେଷ କରି ଶ୍ୱାସ ରୋଗ, ହୃଦରକ୍ତନାଳୀ ରୋଗ, ଗଳା ପ୍ରଦାହ, ଛାତି ଯନ୍ତ୍ରଣା, କାଶ ଆଦି ସମସ୍ୟା ଲାଗିରହିବ । ଯେଉଁମାନେ ହୃଦରୋଗ କିମ୍ବା ଫୁସଫୁସ ରୋଗରେ ଆକ୍ରାନ୍ତ, ସେମାନଙ୍କ ପାଇଁ ଏଭଳି ପ୍ରଦୂଷଣ ଅତି ବିପଦଜନକ । ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଦେଇପାରେ ।