Advertisment

ଘରୁ କାମ କଲେ ମିଳିବନି ପ୍ରମୋସନ୍‌, କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କଲା ଏହି କମ୍ପାନୀ...

କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍‌ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍‌ ଦେବ ନାହିଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
No Promotion For Work From Home Employees

Dell

ଲୋକପ୍ରିୟ ଲ୍ୟାପଟପ୍‌ କମ୍ପାନୀ ଡେଲ୍‌ ଏହାର କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। କମ୍ପାନୀ କହିଛି କି ଯଦି ଜଣେ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି ତେବେ ଏହା ତାଙ୍କ ପାଇଁ କ୍ଷତି। ଯେଉଁ କର୍ମଚାରୀମାନେ ଘରୁ କାମ କରୁଛନ୍ତି ସେମାନଙ୍କ ପଦୋନ୍ନତି ହେବ ନାହିଁ। ସୂଚନା ଅନୁସାରେ କୋଭିଡ୍‌ ମହାମାରୀ ସମୟରେ ଅନ୍ୟ ଟେକ୍‌ କମ୍ପାନୀ ପରି ଡେଲ୍‌ ବି ତା’ର କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କାମ କରିବାର ସୁବିଧା ଦେଇଥିଲା। କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍‌ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍‌ ଦେବ ନାହିଁ।

Advertisment

କମ୍ପାନୀ ବିଶ୍ୱାସ କରେ ଯେ ଏକାଠି କାମ କରିବା ଦ୍ୱାରା ବହୁତ କିଛି ଶିଖିବାକୁ ମିଳିଥାଏ। ଏହା ଆପଣଙ୍କୁ ଅନ୍ୟ କମ୍ପାନୀଠାରୁ ଭିନ୍ନ କରିବାରେ ସାହାଯ୍ୟ କରେ। ଏହି କାରଣରୁ କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ଏକ ଇମେଲ ପଠାଇଛି। କମ୍ପାନୀର ନୂଆ ଯୋଜନା ବିଷୟରେ ଡେଲ୍‌ ତା’ର କର୍ମଚାରୀମାନଙ୍କୁ ଅବଗତ କରାଇଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ପୂର୍ବ ନୀତି ପରିବର୍ତ୍ତେ ନୂଆ ପଲିସି ରିଟର୍ନ ଟୁ ଅଫିସ ପାଇଁ କହିଛି।

କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ହାଇବ୍ରିଡ୍ ଭୂମିକାରେ ଥିବା କର୍ମଚାରୀମାନଙ୍କୁ ସପ୍ତାହରେ ଅତି କମ୍‌ରେ ୩ ଦିନ ଅଫିସକୁ ଆସିବାକୁ ପଡ଼ିବ। ହାଇବ୍ରିଡ୍ ଭୂମିକାରେ ସେହି କର୍ମଚାରୀମାନେ ଅଛନ୍ତି ଯେଉଁମାନେ ଉଭୟ ଘର ଏବଂ ଅଫିସରୁ କାମ କରନ୍ତି। କମ୍ପାନୀ ଏହା ମଧ୍ୟ କହିଛି ଯେ ଯଦି କର୍ମଚାରୀମାନେ ତାହା ନ କରନ୍ତି ତେବେ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବ। ଘରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିଷୟରେ କମ୍ପାନୀ କହିଛି ଯେ ସେମାନେ କମ୍ପାନୀ ପକ୍ଷରୁ କୌଣସି ପ୍ରମୋସନ ପାଇବେ ନାହିଁ।

Advertisment

ସୂଚନା ଅନୁସାରେ କୋଭିଡ୍‌ ମହାମାରୀ ସମୟରେ ଡେଲ୍‌ ସହ ଅନ୍ୟ ଟେକ୍ନୋଲୋଜି କମ୍ପାନୀଗୁଡିକ ତାଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାର ସୁବିଧା ଦେଇଥିଲେ। ସେହି ସମୟରେ, ପ୍ରାୟ ୬୦% ଡେଲ୍‌ କର୍ମଚାରୀ ନିୟମିତ ଭାବେ ଘରୁ କାମ କରୁଥିଲେ। କିନ୍ତୁ କୋଭିଡ୍ ସମାପ୍ତ ହେବା ପରେ କମ୍ପାନୀ ୱାର୍କ ଫ୍ରମ୍‌ ହୋମ୍‌ ନୀତି ବଦଳାଇ ଦେଇଛି। ଏବେ ସମସ୍ତ କର୍ମଚାରୀଙ୍କୁ ଅଫିସକୁ ଆସିବାକୁ ପଡ଼ିବ। ନଚେତ୍ କର୍ମଚାରୀଙ୍କ ପଦୋନ୍ନତି ବନ୍ଦ ହୋଇଯିବ।

Work From Home
Advertisment
Advertisment