Advertisment

ସବୁ ଜାଣିପାରୁଛି ପ୍ରଜ୍ଞାନ୍ ! ନିଜ ପାଇଁ ନିଜେ ତିଆରି କରୁଛି ସୁରକ୍ଷିତ ରାସ୍ତା

ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rover Pragyan

Rover Pragyan

ଚନ୍ଦ୍ରପୃଷ୍ଠରେ ଗର୍ତ୍ତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ। ରୋଭରରେ ଉନ୍ନତ ମାନର ସେନସର ସିଷ୍ଟମ ଲାଗିଥିବାରୁ ଏହା ଗର୍ତ୍ତରେ ପଡ଼ିବାରୁ ବର୍ତ୍ତିଯାଇଛି । ଚନ୍ଦ୍ର ପୃଷ୍ଠରେ ଗଡ଼ିବା ବେଳେ ରୋଭର ଏହି ଗର୍ତ୍ତର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନ ଯେଉଁ ବାଟ ଦେଇ ଯାଉଥିଲା ସେହିଠାରୁ ୩ ମିଟର ଆଗରେ ଏକ ଗର୍ତ୍ତ ଥିବା ଜାଣିବାକୁ ପାଇଥିଲା ।

Advertisment

ଆଗକୁ ୪ ମିଟର ବ୍ୟାସ ବିଶିଷ୍ଟ ଏକ ଗର୍ତ୍ତ ଥିବା ଜାଣିବାକୁ ପାଇଥିଲା ରୋଭର। ପରେ ଏହା ଦିଗ ପରିବର୍ତ୍ତନ କରି ଅନ୍ୟ ରାସ୍ତା ବାଛିଥିଲା। ଗତକାଲି ରୋଭର ଏହି ଗର୍ତ୍ତର ସନ୍ଧାନ କରିଥିଲା। ଏବେ ରୋଭର ନୂଆ ରାସ୍ତାରେ ସୁରକ୍ଷିତ ଭାବେ ଅଗ୍ରସର ହେଉଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ।

ଅନ୍ୟପଟେ ଜହ୍ନର ତାତି ମାପିଛି ବିକ୍ରମ । ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁରେ ଆଜି ଯାଏଁ କେହି ପାଦ ଥାପିନଥିଲେ, ସେଠାରୁ ପ୍ରଥମ ଥର ପାଇଁ ଅନେକ ନୂଆ ନୂଆ ତଥ୍ୟ ହାସଲ କରୁଛି ଚନ୍ଦ୍ରୟାନ-୩ । ଲ୍ୟାଣ୍ଡର ବିକ୍ରମ ସେଠାରେ ମାପିଛି ଚନ୍ଦ୍ରପୃଷ୍ଠର ଉତ୍ତାପ । ଜହ୍ନମାଟିରେ ଗଭୀରତା ବଢ଼ିବା ସହ ତାପମାତ୍ରା ବି କିଭଳି ବଦଳୁଛି, ତାର ଗ୍ରାଫ୍ ଜାରି କରିଛି ଇସ୍ରୋ । ତେବେ ଇଏ ତ ଆରମ୍ଭ ମାତ୍ର । ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।

Advertisment

ବିକ୍ରମର ଅବତରଣ ସ୍ଥଳ 'ପଏଣ୍ଟ ଶିବଶକ୍ତି'ରେ ଜହ୍ନର ମାଟି ଭିତରକୁ ୧୦ ସେଣ୍ଟିମିଟର ପଶି ଏହା ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ କରିଛି । ପ୍ରଥମ ଥର ପାଇଁ ଭାରତ ହାତରେ ଲାଗିଛି ଦକ୍ଷିଣ ମେରୁରେ ଲୁନାର୍ ଟପ୍ ସଏଲ୍ ବା ଚନ୍ଦ୍ରର ଉପରମାଟିର ଟେମ୍ପରେଚର୍ ପ୍ରୋଫାଇଲ୍ । ଚାସ୍ତେରେ ଲାଗିଛି ୧୦ଟି ଟେମ୍ପରେଚର୍ ସେନ୍ସର୍ ।

ବର୍ତ୍ତମାନ ପାଇଁ ଇସ୍ରୋ ଟ୍ୱିଟ୍ କରିଥିବା ଗ୍ରାଫରେ ଚନ୍ଦ୍ରପୃଷ୍ଠର ସାମାନ୍ୟ ଉପରୁ କିଛି ମିଲିମିଟର ଗଭୀର ଯାଏଁ ତାପମାତ୍ରା କିଭଳି ମାଇନସ୍ ୧୦ ଡିଗ୍ରୀରୁ ପ୍ରାୟ ୬୦ ଡିଗ୍ରୀ ସେଲସିୟସ ଯାଏଁ ପରିବର୍ତ୍ତିତ ହେଉଛି, ତାହା ଦେଖିବାକୁ ମିଳୁଛି । ତେବେ କେବଳ ଚାସ୍ତେ ନୁହେଁ, ଲ୍ୟାଣ୍ଡରରେ ଲାଗିଥିବା ରମ୍ଭା ଓ ଇଲସା ଆଦି ଯନ୍ତ୍ର ଏବଂ ରୋଭରରେ ଥିବା ୨ଟି ଯନ୍ତ୍ର APXS ଓ ଲିବ୍ସ ବି ଆଗକୁ ଜହ୍ନରାଇଜ ସଂପର୍କିତ ଅନେକ ତଥ୍ୟ ଦେବ ।

ISRO Chandrayaan-3
Advertisment
Advertisment