• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ଜନତା ପାର୍ଟିରେ ଯୋଗଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ନେଇ ସମ୍ଭାବନା ରହିଛି । ସେ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଏକଥା ଆମେ କହୁନାହୁଁ, ଏଭଳି କଥା କହିଛନ୍ତି ଖୋଦ୍‌ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । 

ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତଙ୍କ କଥା କହି ଏଭଳି ମନ୍ତବ୍ୟ ଦେଇଛନ୍ତି ସସ୍ମିତ । ସେ କହିଛନ୍ତି, ‘ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ପ୍ରଶାନ୍ତଙ୍କୁ ସସ୍‌ପେଣ୍ଡ କରିଥିଲେ ମୁଖ୍ୟମନ୍ତ୍ରୀ । ତାପରେ ପ୍ରଶାନ୍ତଙ୍କୁ ବିଜେଡିରୁ ବହିଷ୍କାର ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ସେହି ପ୍ରଶାନ୍ତ ବିଜେପିର ଗେହ୍ଲାପୁଅ ସାଜିଛନ୍ତି । ସଭାସମିତି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି । ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ କୋଳେଇ ନେବାକୁ ଯାଉଛନ୍ତି ଧର୍ମେନ୍ଦ୍ର ବୋଲି କହିଛନ୍ତି ସସ୍ମିତ ।

ସୂଚନାଯୋଗ୍ୟ, ଗତ ଜାନୁଆରୀରେ ପ୍ରଶାନ୍ତ ଓରଫ ଗଣେଶଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ବିଦ୍ରୋହର ସ୍ୱର । ସେ ଦଳୀୟ ନେତାଙ୍କ ବିରୋଧରେ ଖୁଲମଖୁଲା କରିଥିଲେ ବଡ଼ ଅଭିଯୋଗ । ସେ ପୂର୍ବତନ ଚିଲିକା ବିଧାୟକ ରଘୁ ସାହୁଙ୍କୁ ସିଧା ସିଧା ସମାଲୋଚନା କରିଥିଲେ । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା । କିନ୍ତୁ କେହି କାହାରି ବିରୋଧରେ ଖୋଲା ଖୋଲି ବୟାନ ବାଜି କରୁନଥିଲେ । ହେଲେ ହଠାତ୍‌ ରଘୁଙ୍କ ବିରୋଧରେ ମୁହଁ ଖୋଲିଥିଲେ ପ୍ରଶାନ୍ତ । ଦେଇଥିଲେ ବିସ୍ଫୋରକ ବୟାନ । 

ପ୍ରଶାନ୍ତ ଜଗଦେବ କହିଥିଲେ, ‘ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁ ସାହୁ । ବିଜେପି ନେତାଙ୍କୁ ପଇସା ଦେଇ ଝଗଡ଼ାର ବାତାବରଣ ସୃଷ୍ଟି କରିଥିଲେ ରଘୁ । ତାଙ୍କରି ଷଡ଼ଯନ୍ତ୍ରରେ ଗାଡ଼ି ଭଙ୍ଗାକୁ ଗାଡ଼ି ମଡ଼ା ଯିବା କୁହାଯାଇଥିଲା । ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍‌ରେ କହିଥିଲେ ପ୍ରଶାନ୍ତ ।’

୨୦୧୪ରୁ ୨୦୧୯ ଯାଏ ବିଜେଡି ତରଫରୁ ଚିଲିକାର ବିଧାୟକ ଥିଲେ ରଘୁ ସାହୁ । ୨୦୧୯ରେ ତାଙ୍କ ବଦଳରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡି ଟିକଟ ଦେଇଥିଲା । ଏହା ଆଗରୁ ପ୍ରଶାନ୍ତ ବେଗୁନିଆର ବିଧାୟକ ଥିଲେ । ୨୦୨୨ ଫେବ୍ରୁଆରୀ ୧୨ ତାରିଖରେ ପୁରୀ ଜିଲ୍ଲା ବାଣପୁର ବ୍ଲକ ଆଗରେ ବିଜେପି କର୍ମୀଙ୍କ ଉପରେ ଗାଢ଼ି ଚଢ଼ାଇ ଦେବାର ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏଥିରେ କିଛି ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦେବ । ତାଙ୍କୁ ଦଳରୁ ମଧ୍ୟ ସସ୍‌ପେଣ୍ଡ କରାଯାଇଥିଲା । ସେହି ଘଟଣାରେ ନିଜ ଦଳର ନେତା ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ଦାୟୀ କରିଥିଲେ ପ୍ରଶାନ୍ତ ଜଗଦେବ ।