Advertisment

Terrorists Still in Kashmir: ଏବେ ବି କଶ୍ମୀରରେ ଲୁଚିଛନ୍ତି ପହଲଗାମ ଆତଙ୍କୀ

ପହଲଗାମରେ ନରସଂହାର କରି କଶ୍ମୀରରେ ହିଁ ଲୁଚିଛନ୍ତି ଲସ୍କର ଆତଙ୍କୀ । ହାଇ କମ୍ୟୁନିକେସନ ଟେକ୍ନୋଲୋଜି ବ୍ୟବହାର କରି ସେନାକୁ ଦେଉଛନ୍ତି ଚକମା ।

author-image
Namita Biswal
ଅଦ୍ୟତନ ହୋଇଛି
Terrorists Still in Kashmir

Terrorists Still in Kashmir

ଏବେ ବି କଶ୍ମୀରରେ ଲୁଚିଛନ୍ତି ପହଲଗାମ ଆତଙ୍କୀ । ଖାଉଛନ୍ତି, ପିଉଛନ୍ତି, ବେଶ୍ ଆରାମରେ ରହୁଛନ୍ତି । ହାଇ ଟେକ୍ନୋଲୋଜି କମ୍ୟୁନିକେସନ୍ ସିଷ୍ଟମ୍ ବ୍ୟବହାର କରି ଭାରତୀୟ ସୁରକ୍ଷା ଏଜେନ୍ସିକୁ ଚକମା ଦେଉଛନ୍ତି । ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIAର ତଦନ୍ତ ପରେ ଏପରି କିଛି ରିପୋର୍ଟ ପ୍ରକାଶ ପାଇଛି । 

Advertisment

NIA ଦାବି କରିଛି ଯେ, ପହଲଗାମରେ ନାରକୀୟ କାଣ୍ଡ ଭିଆଇଥିବା ଲସ୍କର ଆତଙ୍କବାଦୀ ହମଲା ପରେ ଆଉ କୁଆଡ଼େ ଯାଇନାହାନ୍ତି, ଏବେ ବି ଦକ୍ଷିଣ କଶ୍ମୀରରେ ଲୁଚି ରହିଛନ୍ତି । ସେମାନଙ୍କ ସହ ଅନ୍ୟ କିଛି ଆତଙ୍କୀ ବି ଅଛନ୍ତି । ଗୁରୁବାର NIA ଡିଜିଙ୍କ ସହ ପୂରା ଟିମ୍ ପହଲଗାମ୍ ହମଲାର ଗ୍ରାଉଣ୍ଡରେ ପହଞ୍ଚି ତଦନ୍ତ କରିଛି । 

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ କହୁଛି, ଘଟଣା ଦିନ ଆତଙ୍କବାଦୀ ଅଲ୍ଟ୍ରା-ସିକ୍ୟୁଓର କମ୍ୟୁନିକେସନ ସିଷ୍ଟମ୍ ବ୍ୟବହାର କରିଥିଲେ, ଯେଉଁଥିପାଇଁ ସିମ୍ କାର୍ଡ ଆବଶ୍ୟକ ହୋଇନଥାଏ, ବରଂ ଏହା କମ୍ ଦୂରତାରେ ମେସେଜ୍ ପଠାଇବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ଆତଙ୍କବାଦୀମାନେ ସାଙ୍ଗରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନେଇଯାଆନ୍ତି । ଯାହାଫଳରେ ଜଙ୍ଗଲରେ ଦିନ ଦିନ ଲୁଚି ରହିବା ସହଜ ହୋଇଥାଏ । ଏହାଦ୍ୱାରା ସୁରକ୍ଷା ଏଜେନ୍ସି ଆତଙ୍କୀଙ୍କୁ ଠାବ କରିବା ସହଜ ହେଉନାହିଁ । 

Advertisment

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !

ଘଟଣା ଦିନ ବି ପୂରା ପ୍ଲାନିଂ କରି ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଥିଲେ ଲସ୍କର ଆତଙ୍କୀ। ଭାରତର ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ପାଇନ୍ ଜଙ୍ଗଲକୁ ଘେରାବନ୍ଦୀ କରି ରଖିଥିଲେ । ଏହି ଆକ୍ରମଣରେ ସାମିଲ ଥିଲେ ଲସ୍କର-ଏ-ତୋଏବାର ୪ ହାଇବ୍ରିଡ୍ ଆତଙ୍କବାଦୀ । ଦୁଇ ଜଣ ବୈସରନର ମେନ୍ ଗେଟ୍ ଦେଇ ପ୍ରବେଶ କରିଥିଲେ, ଜଣେ ପ୍ରସ୍ଥାନ ଗେଟରେ ଜଗି ରହିଥିଲା ଓ ଅନ୍ୟ ଜଣେ ବ୍ୟାକଅପ୍ ଯୋଗାଇବା ପାଇଁ ପାଇନ ଜଙ୍ଗଲରେ ଲୁଚିଥିଲା । 

ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେନା ପୋଷାକ ଓ ଅନ୍ୟ ଜଣେ କଶ୍ମୀର ଫେରାନ୍ ପିନ୍ଧିଥିଲେ । ଫଳରେ ପିକନିକର ମଜା ନେଉଥିବା ପର୍ଯ୍ୟଟକ ଏପରି ବଡ଼ ହମଲାର ସୁରାଗ୍ ବି ପାଇନଥିଲେ । ଏହାର ଫାଇଦା ନେଇ ପ୍ରସ୍ଥାନ ଗେଟ୍ ନିକଟରେ ଥିବା ଆତଙ୍କୀ ପ୍ରଥମେ ଗୁଳି କରିଥିଲେ, ଭୟଙ୍କର ଶବ୍ଦ ଶୁଣି ପର୍ଯ୍ୟଟକମାନେ ଯେତେବେଳେ ପ୍ରବେଶ ଦ୍ୱାର ନିକଟକୁ ଦୌଡିଥିଲେ, ସେଠାରେ ପୂର୍ବରୁ ନିଯୁକ୍ତ ଥିବା ଦୁଇ ଆତଙ୍କୀ ସେମାନଙ୍କୁ ନାମ ଏବଂ ଧର୍ମ ପଚାରି ଆଖିବୁଜା ଗୁଳି କରିଥିଲେ, ଯେଉଁଥିରେ ୨୬ଟି ନୀରିହ ଜୀବନ ଚାଲିଯାଇଛି ।

ଏ ହମଲାର କଡାଗଣ୍ଡା ହିସାବ ପାଇଁ ପ୍ରସ୍ତୁତ ଭାରତୀୟ ସେନା । ଭାରତର ଆତ୍ମା ଉପରେ ହମଲା କରିଥିବା ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବ ।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

ବ୍ୟୁରୋ ରିପୋର୍ଟ, ଓଟିଭି 

Kashmir Lashkar-e-Taiba Pahalgam Terrorist Attack
Advertisment
Advertisment