Advertisment

Youth Stabbed To Death: ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା, ୪ ଅଟକ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମରେ ହତ୍ୟାକାଣ୍ଡ । ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା । ଗଣ୍ଡଗୋଳକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସୂଚନା ।

author-image
Namita Biswal
ଅଦ୍ୟତନ ହୋଇଛି
Youth Stabbed To Death

Youth Stabbed To Death

ଯୁବକଙ୍କୁ ବୀଭତ୍ସ ହତ୍ୟା । ଘରୁ ଡାକି ନେଇ ଗାଁ ମୁଣ୍ଡରେ ଛୁରୀ ଭୁସି ହତ୍ୟା କଲେ ପଡୋଶୀ ଯୁବକ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନା ମୁତାବକ, ମଙ୍ଗରାଜପୁର ଗାଁ ମୁଣ୍ଡ ଷ୍ଟାଡିୟମ ନିକଟରେ ଯୁବକଙ୍କୁ ହତ୍ୟା କରାଯାଇଛି । ତାଙ୍କ ଶରୀରରେ ୮ରୁ ୧୦ଟି ଜାଗାରେ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁସା ଯାଇଛି । ତାଙ୍କର ବେକ, ଛାତି, ତଳିପେଟ, ହାତ ଆଦି ବିଭିନ୍ନ ଜାଗାରେ ଗଭୀର କ୍ଷତ ଦେଖିବାକୁ ମିଳିଛି ।

ହତ୍ୟାକାଣ୍ଡରେ ୫ ଜଣ ସମ୍ପୃକ୍ତ ଥିବା ଜଣାପଡିଛି । ଅଭିଯୁକ୍ତମାନେ ମୃତକଙ୍କ ପଡୋଶୀ । କୌଣସି କାରଣରୁ ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳୁଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । 

Advertisment

ଅଧିକ ପଢ଼ନ୍ତୁ: ମୁଣ୍ଡରେ ସତ ସତିକା ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ

Paradip Stabbed Youth Murdered
Advertisment
Advertisment