Advertisment

Gold Price Decrease in Bhubaneswar: ଦିନକୁ ଦିନ ଶସ୍ତା ହେଉଛି ସୁନା; ଆଜି ବି କମିଲା

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Gold

Gold

ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଦିନକୁ ଦିନ ଶସ୍ତା ହେଉଛି ସୁନା। ୩ ଦିନ ହେବ ସୁନା ଦରରେ ଲାଗିଛି ବ୍ରେକ। ଆଜି ପୁଣି ଶସ୍ତା ହୋଇଛି ସୁନା। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୨୦ ଟଙ୍କା ହ୍ରାସ ପାଇଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ଘଟି ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୭୩୦ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୨୨୦ ଟଙ୍କା ହ୍ରାସ ପାଇ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ହୋଇଛି।

Advertisment

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Gold Gold Prices Fall
Advertisment
Advertisment