/odishatv-khabar/media/post_attachments/uploadimage/library/16_9/16_9_0/Aditya_L1__1693219043.jpg)
Aditya-L1
ସୂର୍ଯ୍ୟ ମିଶନ 'ଆଦିତ୍ୟ- L1'କୁ ନେଇ ଇସ୍ରୋ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେପ୍ଟେମ୍ବର ଦୁଇ ତାରିଖ ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ- L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଦିତ୍ୟ- L1 ଲଞ୍ଚ ହେବ ବୋଲି ସୂଚନା ଦିଆଯାଇଛି । ‘ସୂର୍ଯ୍ୟ’ ଗବେଷଣା ସମ୍ପର୍କୀତ ପ୍ରଥମ ଭାରତୀୟ ମିଶନ ହେଉଛି ଆଦିତ୍ୟ- L1 । ଏହାକୁ ସଫଳତାର ସହ ଲଞ୍ଚ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ଚନ୍ଦ୍ରୟାନ-୩ ପରେ ଆଦିତ୍ୟ- L1କୁ ନେଇ ସାରା ଦେଶବାସୀ ଉତ୍ସାହିତ ରହିଛନ୍ତି ।
ଅଗଷ୍ଟ ୨୬ ତାରିଖ ଦିନ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ୍ ହେବାନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରିନଥିଲା ଇସ୍ରୋ । ଏନେଇ ସ୍ପେସ୍ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଥିଲେ । ନିଲେଶ କହିଥିଲେ, ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପ୍ଟେମ୍ବର ୨ରେ ଆଦିତ୍ୟ L-1 ଲଞ୍ଚ୍ କରାଯିବ ।
ପୃଥିବୀରୁ ସୂର୍ଯ୍ୟର ହାରାହାରି ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ତେବେ ପୃଥିବୀଠୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା L-1 । ଉତକ୍ଷେପଣର ୪ ମାସ ପରେ ସେଠାରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L-1 । ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ।
ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା HD ଫଟୋ ଉଠାଇବା ସହ, ଆଦିତ୍ୟ L-1ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ବୋଲି ପୂର୍ବରୁ ସୂଚନା ଦେଇଥିଲା ISRO ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)