Advertisment

Tragic Accident in Nahar Village Delhi: ନିର୍ଦ୍ଦୟ ଦଇବ; ସୁନାର ସଂସାରକୁ କରିଦେଲା ଚୁନା

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି। ଏଥିସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Death

Death

ଦଇବ ହୋଇଗଲା ନିର୍ଦ୍ଦୟ। କ୍ଷଣିକରେ ଶେଷ ହୋଇଗଲା ସୁନାର ସଂସାର। ଗଛ ପଡ଼ି ମା’ ସହ ଚାଲିଗଲା ୩ ଛୁଆଙ୍କର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ଖରଖରି କେନାଲ ଅଞ୍ଚଳରେ ଥିବା ନହର ଗାଁରେ। ବାପାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀକୁ ରେଡ୍‌ ଆଲର୍ଟ; ଝଡ଼ବର୍ଷା ହେବ, ୭୦ରୁ ୮୦ କିମି ବେଗରେ ବୋହିବ ପବନ

ଦିଲ୍ଲୀର ଖରଖରି କେନାଲ ଅଞ୍ଚଳରେ ଥିବା ନହର ଗାଁରେ ଗତକାଲି ବର୍ଷା ସହ ପ୍ରବଳ ବେଗରେ ପବନ ହୋଇଥିଲା। ଏହି ସମୟରେ ନହର ଗାଁରେ ରହୁଥିବା ଜଣେ ବ୍ୟକ୍ତି ନିଜ ପରିବାର ଯଥା ସ୍ତ୍ରୀ ଓ ନିଜ ୩ ଛୁଆଙ୍କ ସହ ଘର ଥିଲେ। ଏହି ସମୟରେ ଘର ନିକଟରେ ଥିବା ‌ଏକ ନିମ ଗଛଟି ଘର ଉପରେ ଉପୁଡ଼ି ପଡ଼ିଥିଲା।

Advertisment

ବାପାମା’ ଓ ୩ ଛୁଆ ଗଛ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମା’, ୩ ଛୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି।ଏଥିସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

Delhi Heavy Rainfall Alert Heavy Rain
Advertisment
Advertisment