• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନେକ ସମୟରେ ଅପରାଧୀ ମାନଙ୍କର ଏମିତି କିଛି ଘଟଣା ସାମ୍‌ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ଅପରାଧର କିଛି ନୂଆ ତରିକା ହେଉ କିମ୍ବା ପୋଲିସ ଆଖିରେ ଧୂଳି ଦେଇ ଖସିଯିବାର ମାଧ୍ୟମ । ସବୁଥିରେ ଥାଏ ଅପରାଧୀଙ୍କ ମାଷ୍ଟର ପ୍ଲାନ୍‌ । ହେଲେ ବର୍ତ୍ତମାନ ସେହିପରି ଏକ ଘଟଣା ସାମ୍‌ନାକୁ ଆସିଛି । ଯାହା ଜାଣିଲେ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ ।

କାରଣ ଜଣେ କଏଦୀ ୪୦ ଫୁଟ୍‌ର ଜେଲ୍‌ ପାଚେରି ଡେଇଁ ଖସିଯିବାକୁ ଚେଷ୍ଟା କରିଛି । ଆଉ ଖସିଯିବାରେ ସଫଳ ମଧ୍ୟ ହୋଇଛି । ପରେ ପରେ ଅଭିଯୁକ୍ତଙ୍କୁ ପୋଲିସ ଧରିବା ସହ ଖୁବ୍‌ ଉତ୍ତମ ମଧ୍ୟମ ବି ଦେଇଛି । ସୂଚନା ଅନୁସାରେ, ଜଣେ ଯୁବକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହିଥିଲା । ହେଲେ ଜେଲ୍‌ ଭିତରୁ ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ।

ପରେ ପରେ ଖସିଯିବାକୁ ଅଭିଯୁକ୍ତ ମାଷ୍ଟର ପ୍ଲାନ୍‌ କରିଥିଲା । କଏଦୀ ଜଣକ ଉପାୟ ପାଞ୍ଚିବା ସହ ଜେଲ୍‌ରୁ ଚମ୍ପଟ ମାରିବାକୁ ପାଚେରି ଡେଇଁବାକୁ ସ୍ଥିର କରିଥିଲା । ପାଚେରିର ଉଚ୍ଚତା ୪୦ ଫୁଟ ରହିଥିବାବେଳେ ସାହସ କରି ଡେଇଁଥିଲା କଏଦୀ । ଆଉ ଡେଇଁ ଖସି ଯିବାରେ ମଧ୍ୟ ସଫଳ ହୋଇଥିଲା । ଏଥିରେ ତା’ର ଡାହାଣ ଗୋଡ଼ରେ ଯୋର୍ ଆଘାତ ଲାଗିଥିଲେ ବି ସେ ଖସି ଯାଇଥିଲା। 

ହେଲେ କଏଦୀ ଜଣକ ଖସିଯିବାର ଗୋଟିଏ ଦିନ ପରେ ପୋଲିସ ତା’କୁ କାବୁ କରିଛି । ଏହି ଘଟଣା ଗତ ଶୁକ୍ରବାର ଦିନ ଘଟିଛି । କର୍ଣ୍ଣାଟକ ଡାଭାନଗର ସବ୍‌ ଜେଲ୍‌ରୁ ଖସିଯିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଖସିଯିବା ସମୟର ସମ୍ପୂର୍ଣ୍ଣ ଭିଡିଓ ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ୨୩ ବର୍ଷିୟ କଏଦୀ ଜେଲ୍‌ର ୪୦ ଫୁଟ୍‌ ଉଚ୍ଚରୁ ଡେଇଁପଡ଼ୁଛି । ପରେ ପରେ ସେଠାରୁ ଚାଲାକ୍‌ର ସହ ଖସି ଚାଲିଯାଉଛି । ପୂରା ଘଟଣା ସିସିଟିଭିରେ ପୋଲିସ ଦେଖିବା ପରେ ଅଭିଯୁକ୍ତକୁ ଖୋଜାଖୋଜି କରି ଗୋଟିଏ ଦିନ ପରେ ପୁଣି ଗିରଫ କରିବାରେ ସଫଳ ହୋଇଛି ।