• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିରୁପତି ଲଡ଼ୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଲଡୁକୁ ନେଇ ବିବାଦ ଜୋରଦାର ହେଉଛି । ଲଡ଼ୁରେ ଗୋରୁ ଚର୍ବି ମିଶୁଥିବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅଭିଯୋଗ କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି । ଚନ୍ଦ୍ରବାବୁ କହିଥିଲେ, ଜଗନ ମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଏଭଳି ଜଘନ୍ୟ କାମ କରଯାଇଛି । ତେବେ ଏହି ଅଭିଯୋଗକୁ YSRCP ନେତା ଖଣ୍ଡନ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ଏନେଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।

ତିରୁପତି ମନ୍ଦିର ରୋଷେଇ ଘରେ ପ୍ରତ୍ୟେକ ଦିନ ପାଖାପାଖି ୩ ଲକ୍ଷ ଲଡ୍ଡୁ ତିଆରି କରାଯାଏ । ଏଥିରେ ୧୪୦୦ କେଜି ଘିଅ ବ୍ୟବହାର ହୋଇଥାଏ । ବଡ଼ ପରିମାଣର କାଜୁ, କିଶମିଶ, ଗୁଜୁରାତି, ବେସନ ଆଉ ଚିନି ବ୍ୟବହାର ହୋଇଥାଏ ।

ତିରୁମାଲା ତିରୁପତି ଦେବସ୍ଥାନମ ବା TTD ପକ୍ଷରୁ ଇ-ଅକ୍‌ସନ୍‌ ମାଧ୍ୟମରେ ଟେଣ୍ଡର କରାଯାଇ ଲଡ଼ୁ ପାଇଁ ଆବଶ୍ୟକୀୟ ଏହି ସବୁ ଉପାଦାନ ଗୁଡ଼ିକ କିଣାଯାଇଥାଏ । ଏହାର ବଜେଟ୍‌ ପାଖାପାଖି ୫୦୦ କୋଟି ବୋଲି କୁହାଯାଉଛି । TTD ଉପାଦନ ଗୁଡ଼ିକ ଦେବା ପରେ ମନ୍ଦିର ରୋଷେଇ ଘରେ ଲଡ଼ୁ ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ଟେଣ୍ଡର ପ୍ରକ୍ରିୟା ୨୦୨୨ ମସିହା ପରଠାରୁ ଆରମ୍ଭ ହୋଇଛି ।

ନାସନାଲ ଆକ୍ରିଡେସନ୍‌ ବୋର୍ଡ ଅଫ ଟେଷ୍ଟିଂ ଆଣ୍ଡ କାଲିବରେସନ୍‌ ଲାବରୋଟୋରିଜ୍‌ ଦ୍ୱାରା ସ୍ୱୀକୃତି ପାଇଥିବା ଘିଅ ଟ୍ୟାଙ୍କର ହିଁ ଏଠାରେ ବ୍ୟବହାର କରାଯାଏ । ଏହା ଶୁଦ୍ଧ ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପାଇଁ ନିଶ୍ଚିତ କରିଥାଏ । ଏହି ସବୁ ଉପାଦାନ ଗୁଡ଼ିକ ଏକ ଗୋଦାମ ଘରେ ଷ୍ଟୋର କରି ରଖାଯାଇଥାଏ । ଯାହା ଆଲିପିରି ଆଉ ତିରୁପତି ମଧ୍ୟରେ ଦୁଇ ଏକର ପର୍ଯ୍ୟନ୍ତ ବ୍ୟାପିଛି ।

ବର୍ଷକୁ ୬୧୦୦ ଟନ୍‌ ଘିଅ, ୧୪ ଟନ୍‌ ଚିନି, ୯୨୦୦ ଟନ୍‌ ବେଙ୍ଗଲ ଗ୍ରାମ୍, ୪୬୮୦ ଟନ୍‌ର ସୋନା ମସୁର ଡାଲି ଏବଂ ଅନ୍ୟ ଉପାଦନ। ଯେମିତିକି କାଜୁ, କିଶମିଶ, ଗୁଜୁରାତି, ବେସନ, ଇଲାଇଚି ଓ ସୂର୍ଯ୍ୟମୁଖୀ ତେଲ ।

ଯେଉଁ ଏଜେନ୍ସି ଗୁଡ଼ିକ ଆନ୍ଧ୍ରପ୍ରଦେଶ ଟେକ୍ନୋଲୋଜିକାଲ ସର୍ଭିସେସ୍‌ରେ ପଞ୍ଜିକୃତ ହୋଇଥିବେ, ସେମାନେ ହିଁ ଏହି ଇ-ଅକ୍ସନ୍‌ରେ ଭାଗ ନେଇପାରିବେ । ବିଭିନ୍ନ ପ୍ରକାର ଟେକ୍ନିକାଲ ମାନଦଣ୍ଡ ଏବଂ ଆର୍ଥିକ ସ୍ଥିତି ଆଧାରରେ ଏହି ଟେଣ୍ଡର ଦିଆଯାଇଥାଏ । ଏଜେନ୍ସିଗୁଡ଼ିକର AGMARK ସାର୍ଟିଫିକେସନ୍‌ ଏବଂ FSSAI ଲାଇସେନ୍ସ ଥିବା ନିହାତି ଆବଶ୍ୟକ । ଅନ୍‌ଲାଇନ୍‌ ଟେଣ୍ଡରରେ ସାମିଲ ହେବା ପାଇଁ ଏଣ୍ଟ୍ରି ପି କୋଟିଏ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିଥାଏ ।

ତେବେ ଏହି ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବଳେ ୧୦ଟି ଘିଅ ଟ୍ୟାଙ୍କର ତାମିଲନାଡ଼ୁ ସ୍ଥିତ AR ଡାଇରୀ ଫୁଡ୍‌ ପାର୍ମ ଲିମିଟେଡ୍‌ରୁ ଆସିଥିଲା । ଆଉ ସେଥିମଧ୍ୟରୁ ୪ଟି ଘିଅ ଟ୍ୟାଙ୍କରରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ସେତେବେଳ ପର୍ଯ୍ୟନ୍ତ ଏହି ଘିଅ ଟ୍ୟାଙ୍କର ଗୁଡ଼ିକୁ ବାହାରେ ରଖାଯାଇଥିଲା ।

AR ଡାଇରୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ଘିଅ ସମ୍ପୂର୍ଣ୍ଣ ଶୁଦ୍ଧ । ବିଭିନ୍ନ ପ୍ରକାର ଟେଷ୍ଟିଂ କରିବା ପରେ ଅନୁମୋଦନ ମିଳିସାରିଛି । ଏହାର ଲ୍ୟାବ୍‌ ରିପୋର୍ଟ ମଧ୍ୟ ରହିଛି । ଘିଅକୁ ନେଇ ଗୋଟି ଗୋଟି ରିପୋର୍ଟ ସଠିକ୍ ରହିଛି । ଏବେ ଘିଅଗୁଡ଼ିକୁ ମନ୍ଦିରକୁ ପଠାଯାଇ ସାରିଛି । ଡାଇରୀ ଫାର୍ମ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଯେତିକି ଘିଅ ସପ୍ଲାଏ ହୋଇଥାଏ, ଏହା ତାର ୦.୦୧ ପ୍ରତିଶତ ମାତ୍ର ।

OTV is now on Whatsapp

Join and get latest news update delivered to you via whatsapp

Join Now