/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744244694.jpg)
ଯାଜପୁରରେ ହେବ ତୈଳ ପ୍ଲାଣ୍ଟ୍
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରୁ ଆସିଲା ବଡ଼ ଖବର । ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡ଼ିଶା । ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ । ୮,୭୪୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କାରଖାନା । ସୃଷ୍ଟି ହେବ ପ୍ରାୟ ୪,୦୦୦ ନିଯୁକ୍ତି ସୁଯୋଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ଯୋଗ ଦେଇଥିଲେ । ଯେଉଁଥିରେ ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏଥିରେ ରହିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮,୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ସଂରକ୍ଷଣ ।
ଅଧିକ ପଢ଼ନ୍ତୁ: ‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’: ନବୀନ ପଟ୍ଟନାୟକ
୨୦୧୪ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୨୦୨୧ରେ ଆଗକୁ ବଢିଥିଲା । କେନ୍ଦ୍ର ସରକାର ସେତେବେଳେ ଦୁଇଟି ବାଣିଜ୍ୟିକ ଓ ଷ୍ଟ୍ରାଟେଜିକ୍ ରିଜର୍ଭକୁ ଅନୁମୋଦନ ଦେଇଥିଲେ । ଜମି ବିବାଦ ଓ ଅନ୍ୟ ଅସୁବିଧା ଯୋଗୁଁ ୭ ବର୍ଷ ଧରି ପ୍ରକଳ୍ପରେ ବିଳମ୍ବ ହେଇଥିଲା । ରାଜ୍ୟ ସରକାର ୬୦୦ ଏକର ସରକାରୀ ଜମି ଆବଣ୍ଟନ କରିବା ପରେ କାମ ଆଗକୁ ବଢ଼ିବାକୁ ଯାଉଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ୍ ଲିମିଟେଡ୍-ISPRL ଚଣ୍ଡିଖୋଲରେ କରିବ ୪ ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଅଶୋଧିତ ତୈଳ ସଂରକ୍ଷଣ ପ୍ଲାଣ୍ଟ ।
ଏପଟେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ପଡିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ୱାର ପରେ କମିଛି ଦାମ୍ । ସୋମବାର ବ୍ରେଣ୍ଟ କ୍ରୁଡ୍ ଅଏଲ ମୂଲ୍ୟ ୪% ହ୍ରାସ ପାଇ ୬୪ ଡଲାର ତଳକୁ ଖସି ଆସିଛି, ଯାହା ଏପ୍ରିଲ ୨୦୨୧ ପରଠାରୁ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟର ସର୍ବନିମ୍ନ ସ୍ତର । ସେହିପରି ଅଶୋଧିତ ତୈଳ ବ୍ୟାରେଲ ପିଛା ୫୭.୨୮ ଆମେରିକୀୟ ଡଲାରରେ ଅଛି । ତେଣୁ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ଦାମ୍ କମିବା ସମ୍ଭାବନା ରହଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)