Advertisment

Series Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ପୋଲିସ ଭ୍ୟାନ ଉପରେ ମାଡ଼ିଗଲା ଟ୍ରେଲର

ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏକ ପିକଅପ୍ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାର ପାଇଁ ଯାଇଥିବା ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଏହି ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
ACCident

ACCident

ରାଜଧାନୀରେ ସିରିଜ୍ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍। ଉଦ୍ଧାର ପାଇଁ ଯାଇଥିବା ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରେଲର। ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏକ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇଁ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ଭ୍ୟାନକୁ ରାସ୍ତାରେ ରଖି ଦୁର୍ଘଟଣା ସ୍ଥଳକୁ ଯାଇଥିଲା। ଏହି ସମୟରେ ଟ୍ରେଲର ଆସି ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପୋଲିସ ଗାଡ଼ି ଚୁରମାର ହୋଇଯାଇଥିଲା। ସୌଭାଗ୍ୟବଶତଃ ପୋଲିସ ଭ୍ୟାନରେ କେହି ନଥିଲେ। ଦୁର୍ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଥିଲା। କିଛି ସମୟ ମଧ୍ୟରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

Road Accident BBSR
Advertisment
Advertisment