Advertisment

ସ୍ୱାମୀ-ସ୍ତ୍ରୀ ମିଶି ଚୋରି କରୁଥିଲେ ବାଇକ୍‌, ଟେର୍‌ ପାଉନଥିଲା ପୋଲିସ !

ଦଶପଲ୍ଲା ଥାନା ପରିସରରେ ଚୋରା ବାଇକର ସମ୍ଭାର । ଜବତ ହୋଇଛି ୩୦ରୁ ଅଧିକ ଚୋରା ବାଇକ୍  ।

author-image
Satyendu Shekher Mishra
Husband Wife Bike Thief

Husband Wife Bike Thief

ଦଶପଲ୍ଲା ଥାନା ପରିସରରେ ଚୋରା ବାଇକର ସମ୍ଭାର। ଜବତ ହୋଇଛି ୩୦ରୁ ଅଧିକ ଚୋରା ବାଇକ୍ । ତେବେ ଚାଞ୍ଚଲ୍ୟକର କଥା ହେଉଛି, ଏସବୁ ଆଖି ପିଛୁଳାକେ ଚୋରି କରିନେଇଥିଲେ ଲୁଟେରା ଦଂପତି । ଆଉ ଶାଗମାଛ ଦରରେ ଗାଁ ଗହଳିରେ ବିକ୍ରି କରି ଦେଉଥିଲେ। ଏଭଳି ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦଶପଲ୍ଲା ଥାନା ପୋଲିସ।

Advertisment

ସୂଚନା ଅନୁସାରେ, ଗତ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଛକ ଠାରେ ଥିବା ଏକ ବାଇକ୍ ଗ୍ୟାରେଜରେ ଚୋରା ଗାଡ଼ି ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଦଶପଲ୍ଲା ପୋଲିସ ଗ୍ୟାରେଜ ଉପରେ ଚଢ଼ାଉ କରି ଗ୍ୟାରେଜ ମାଲିକ ତପନ ଖମାରୀ ଏବଂ ତା ସହଯୋଗୀ ଦିଲୀପ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ଟି ଚୋରା ବାଇକ୍ ଜବତ କରିଥିଲା ।

ତେବେ ନୟାଗଡ଼ SPଙ୍କ ନିର୍ଦ୍ଦେଶରେ ଦଶପଲ୍ଲା ପୋଲିସ ବାଇକ୍ ଚୋର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦିଲୀପ ପ୍ରଧାନକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ପରେ, ଧରାପଡ଼ିଥିଲେ ହରିଡ଼ାବାଡ଼ି ଗାଁର ଅଜୟ ନାୟକ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ । ସେମାନଙ୍କୁ ହେପାଜତକୁ ନେଇ ପୋଲିସ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରି ୩୦ରୁ ଅଧିକ ଚୋରା ବାଇକ ଜବତ କରିବାରେ ସଫଳ ହୋଇଛି।

Advertisment

Bike Theft
Advertisment
Advertisment