Advertisment

Air India: ବିମାନରେ ଲଜ୍ଜାଜନକ ଆଚରଣ; ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ

ଜାପାନୀ ଯାତ୍ରୀ ଜଣଙ୍କ ଏ ନେଇ କ୍ରିଉ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ସେଠାରୁ ଉଠାଇ ଅନ୍ୟସ୍ଥାନରେ ବସାଇଥିଲେ କ୍ରିଉ ମେମ୍ବର। ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏ ନେଇ ଜାପାନୀ ଯାତ୍ରୀ ଜଣକ ଔପଚାରିକ ଭାବେ ଲିଖିତ ଅଭିଯୋଗ କରିବାକୁ ମନା କରିଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
air-india

air-india

ଏୟାର ଇଣ୍ଡିଆ ବିମାନରେ ଲଜ୍ଜାଜନକ ଆଚରଣ କଲେ ଭାରତୀୟ ଯାତ୍ରୀ। ନୂଆଦିଲ୍ଲୀରୁ ବ୍ୟାଙ୍କକ ଯାଉଥିବା ଫ୍ଲାଇଟରେ ଜଣେ ଯାତ୍ରୀ ଅନ୍ୟ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ତୁଷାର ମସନ୍ଦ ନାମକ ଜଣେ ଭାରତୀୟ ଯାତ୍ରୀ ଜାପାନର ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

ଜାପାନୀ ଯାତ୍ରୀ ଜଣଙ୍କ ଏ ନେଇ କ୍ରିଉ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ସେଠାରୁ ଉଠାଇ ଅନ୍ୟ ସ୍ଥାନରେ ବସାଇଥିଲେ କ୍ରିଉ ମେମ୍ବର। ପରେ  ଯାତ୍ରୀ ଜଣଙ୍କ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏନେଇ ଜାପାନୀ ଯାତ୍ରୀ ଜଣକ ଔପଚାରିକ ଭାବେ ଲିଖିତ ଅଭିଯୋଗ କରିବାକୁ ମନା କରି ଦେଇଥିଲେ।

Advertisment

ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଯାତ୍ରୀ ଜଣଙ୍କ ବିଶୃଙ୍ଖଳ ଆଚରଣ ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା: ଗିରଫ ହେଲେ, ଚାକିରି ବି ଚାଲିଗଲା...

New Delhi Air India
Advertisment
Advertisment