Advertisment

Donald Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଉପରେ ଲଗାଇଲେ ୯୦ ଦିନିଆ ବ୍ରେକ

ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ୯୦ ଦିନିଆ ଗ୍ରେସ ପିରିୟଡ୍ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ବାଣିଜ୍ୟ ବିଭାଗ, ଅର୍ଥ ବିଭାଗ ଓ ବାଣିଜ୍ୟ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି।

author-image
Tapaswini Nayak
donald-trumps

donald-trumps

ଚୀନ ଉପରେ ପୁଣି ଟାରିଫ ବୋମା ଫିଙ୍ଗିଲେ ଟ୍ରମ୍ପ। ଯେସାତୁ ତେସା ନୀତିରେ ଚୀନ୍ ଉପରେ ବାଣିଜ୍ୟ ଶୁଳ୍କ ୧୦୪ରୁ ୧୨୫ ପ୍ରତିଶତକୁ ବଢ଼ାଇଛନ୍ତି। ଯାହା ତତ୍କାଳ କାର୍ଯ୍ୟକାରୀ ବି ହୋଇଛି। ତେବେ ଭାରତ ୭୫ରୁ ଅଧିକ ଦେଶକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଡୋନାଲ୍ଟ ଟ୍ରମ୍ପ। ଟାରିଫ୍ ଲାଗୁ ଉପରେ ୯୦ ଦିନ ମହଲତ ଦେଇଛନ୍ତି। କିନ୍ତୁ ଏହି ସମୟରେ ୧୦ ପ୍ରତିଶତ ମୂଳ ଶୁଳ୍କ ରହିବ।

Advertisment

ଅଧିକ ପଢ଼ନ୍ତୁ; ଚୀନକୁ ଟ୍ରମ୍ପଙ୍କ ଅଲଟିମେଟମ୍ ; ୩୪% ଟାରିଫରୁ ନ ଓହରିଲେ....

ଟ୍ରମ୍ପ କହିଛନ୍ତି, ଚୀନ ବିଶ୍ୱବଜାର ପ୍ରତି ଅସମ୍ମାନ କରିଛି। ଆମେରିକା କିମ୍ବା ବିଶ୍ୱର ଅନ୍ୟ ଦେଶକୁ ଶୋଷଣ ବରଦାସ୍ତ କି ସ୍ୱୀକାର କରାଯିବନି। ଏକଥା ଚୀନ୍ ଶୀଘ୍ର ବୁଝିଯିବ ବୋଲି ଆଶା କରୁଛି। ଆମେରିକା ଉପରେ ଚୀନ୍ ୮୪ ପ୍ରତିଶତ ଟାରିଫ ଲଗାଇବା ପରେ ଜବାବରେ ଚୀନ୍ ଉପରେ ରେସିପ୍ରୋକାଲ୍ ଟାରିଫକୁ ୧୨୫ ପ୍ରତିଶତକୁ ବଢାଇଛି ଆମେରିକା।

ଟ୍ରମ୍ପ ଆହୁରି କହିଛନ୍ତି, ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ୯୦ ଦିନିଆ ଗ୍ରେସ ପିରିୟଡ୍ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ବାଣିଜ୍ୟ ବିଭାଗ, ଅର୍ଥ ବିଭାଗ ଓ ବାଣିଜ୍ୟ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି। ବାଣିଜ୍ୟ, ଶୁଳ୍କ, ମୁଦ୍ରା ହେରଫେର ଓ ଅଣ-ଆର୍ଥିକ ଶୁଳ୍କ ଭଳି ସମସ୍ୟାର ସମାଧାନ ଖୋଜିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେହି ଦେଶଗୁଡ଼ିକ ଆମେରିକା ବିରୋଧରେ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି କହିଛନ୍ତି ଟ୍ରମ୍ପ।

Advertisment

ଅଧିକ ପଢ଼ନ୍ତୁ: କାଲିଥିଲା ଧରାଶାୟୀ; ଆଜି ସେୟାର ବଜାରରେ ଉତ୍ସାହ

China Donald Trump
Advertisment
Advertisment