• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବଡ଼ ଖବର । ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ପାକ୍‌କୁ କଡ଼ା ନିଶାନା । ପାକ୍‌କୁ ଦେଲେ ବଡ଼ ଚେତାବନୀ । ଜମ୍ମୁ-କାଶ୍ମୀର ସହିତ ଜଡିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ । ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।

ଆହୁରି କହିଛନ୍ତି ଯେ, ପାକିସ୍ତାନ POK ଖାଲି କରିବା ଦାବିରେ ଭାରତ ଅଟଳ ରହିଛି । ଯେତେ ଜଲଦି ପାକିସ୍ତାନ ବୁଝିବ, ସେତେ ଭଲ । ପାକିସ୍ତାନକୁ ଗୁଳିର ଜବାବ, ଗୁଳିରେ ଦିଆଯିବ । ପ୍ରଥମେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଗୁହାରି କରିଥିଲା  । ମେ’ ୧୦ରେ ପାକିସ୍ତାନରୁ ଆସିଥିଲା ଫୋନ୍ କଲ୍  । ସିନ୍ଧୁ ଚୁକ୍ତି ଏବେ ବି ରଦ୍ଦ ରହିବ ।ହାରିକି ବି ସେଲିବ୍ରେସନ୍ ଡ୍ରାମା କରୁଛି ପାକିସ୍ତାନ । ଆମ ହମଲା ପରେ ବଦଳିଗଲା ପାକିସ୍ତାନର ସ୍ବର । ପରମାଣୁ ଧମକ ଆଦୌ ସହିବନି ଭାରତ । ଅସ୍ତ୍ରବିରତି ପ୍ରସଙ୍ଗ ବେଳେ ବ୍ୟବସାୟ କଥା ଉଠିନି ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

ଏପଟେ ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ବୀର ଯବାନଙ୍କୁ ଭେଟି ଆଲୋଚନା ପରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଆହୁରି କହିଥିଲେ ଯେ, ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୁର ପୋଛି ଦେଲେ । ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ । ୯ଟି ଆତଙ୍କୀ ଠିକଣାକୁ ଆମେ ମାଟିରେ ମିଶାଇଲୁ । ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀବାଦୀଙ୍କୁ ନିପାତ କରିପାରିଲୁ । ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି ବୋଲି କହିଛନ୍ତି ।

ଅନ୍ୟପଟେ ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି । ୨୦ରୁ ୨୫ ମିନିଟ୍‌ ଭିତରେ ସଠିକ ଟାର୍ଗେଟ୍‌ ନିଶ୍ଚିତ ବାହାଦୁରୀ । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍‌ କରିପାରିଲେ । ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା । ଆପଣମାନେ ବେଶ୍‌ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ । ପାକିସ୍ତାନୀ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ୍‌ କରିପାରିନି ବୋଲି କହିଛନ୍ତି ପିଏମ୍‌ ମୋଦି। 

ଅନ୍ୟପଟେ ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ । ୩ ସେନା ମଧ୍ୟରେ ସମନ୍ବୟ ଅଦ୍ଭୂତପୂର୍ବ ଥିଲା । ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକ୍‌ଦାର । ସୀମା ଜଗିଥିବା ସବୁ ଯବାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଯିବ । ଆମକୁ ସର୍ବଦା ତୟାର ରହିବାକୁ ପଡ଼ିବ । ଭାରତ ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ ବୋଲି ଏପରି କଡ଼ା ଭାଷାରେ ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।