/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747138339.jpg)
Sunita Ahuja reveals govinda did not helped son yashvardhan
ନିକଟରେ ଗୋବିନ୍ଦା ଏବଂ ସୁନିତା ଆହୁଜା ପାରସ୍ପରିକ ବିବାଦ ଯୋଗୁଁ ଖବରରେ ଥିଲେ। ଏପରିକି ସେମାନଙ୍କ ଛାଡପତ୍ରର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରେ ସୁନିତା ନୀରବତା ଭାଙ୍ଗି କହିଥିଲେ ଯେ ସବୁକିଛି ଠିକ୍ ଅଛି। କିନ୍ତୁ ଗୋବିନ୍ଦା ଏହାକୁ ନେଇ ନୀରବତା ଅବଲମ୍ବନ କରିଥିଲେ।
ଗୋବିନ୍ଦା ଫିଲ୍ମରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କ ଦୁଇ ପିଲା, ପୁଅ ଯଶବର୍ଦ୍ଧନ ଆହୁଜା ଏବଂ ଝିଅ ଟିନା ବଲିଉଡରେ ନାଁ କରିବା ପାଇଁ ସଂଘର୍ଷ କରୁଛନ୍ତି। ନିକଟରେ ସୁନିତା ଆହୁଜା ଏକ ସାକ୍ଷାତକାର ଦେଇଥିଲେ ଯେଉଁଥିରେ ସେ ତାଙ୍କ ପିଲାମାନଙ୍କ ସଂଘର୍ଷ ବିଷୟରେ କହିଥିଲେ।
ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା ମଧ୍ୟ ବଲିଉଡ୍ ଡେବ୍ୟୁ ପାଇଁ ପ୍ରସ୍ତୁତ। ଏହି ଷ୍ଟାର୍ କିଡ୍ ଖୁବ୍ଶୀଘ୍ର ସିନେମାରେ ପାଦ ଦେବାକୁ ଯାଉଛନ୍ତି, କିନ୍ତୁ ଏହି ପ୍ରଥମ ସୁଯୋଗ ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ତାଙ୍କ ମାଆ ସୁନିତା ଆହୁଜା ତାଙ୍କ ସଂଘର୍ଷ ବିଷୟରେ ନିକଟରେ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର
ଗୋବିନ୍ଦ କରି ନଥିଲେ ସାହାଯ୍ୟ:
ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା ଏବେ ଫିଲ୍ମ ଜଗତରେ ପ୍ରବେଶ କରୁଛନ୍ତି। କିନ୍ତୁ, ଅନ୍ୟ ଷ୍ଟାର୍ କିଡ୍ସଙ୍କ ପରି, ତାଙ୍କ ବାପାଙ୍କ ନାଁ ତାଙ୍କୁ ସାହାଯ୍ୟ କରି ନଥିଲା। ସେ ଏହି ଫିଲ୍ମଟି ନିଜ ଦମ୍ରେ ପାଇଛନ୍ତି। ତାଙ୍କ ସମୟର ସୁପରଷ୍ଟାର ଗୋବିନ୍ଦା ତାଙ୍କ ପୁଅ ଯଶବର୍ଦ୍ଧନଙ୍କୁ ତାଙ୍କର ପ୍ରଥମ ଫିଲ୍ମ ପାଇବାରେ କୌଣସି ପ୍ରକାର ସାହାଯ୍ୟ କରି ନାହାନ୍ତି ଏବଂ ଏହା ନିଜେ ସୁନୀତା ଆହୁଜା ପ୍ରକାଶ କରିଛନ୍ତି।
ଏକ ସାକ୍ଷାତକାରରେ ସୁନୀତା ଆହୁଜା କହିଥିଲେ ଯେ ତାଙ୍କ ପୁଅ ଯଶବର୍ଦ୍ଧନ ନିଜର ପ୍ରଥମ ଫିଲ୍ମ ପାଇଛନ୍ତି। ସୁନିତାଙ୍କ କହିବା କଥା ଗୋବିନ୍ଦା ତାଙ୍କ ପିଲାମାନଙ୍କ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କରି ନାହାନ୍ତି ଏବଂ ଏହା ପଛରେ ତାଙ୍କର ନିଜସ୍ୱ କାରଣ ଅଛି।
ସୁନିତା କହିଛନ୍ତି - “ମୋ ପିଲାମାନେ ସେଲ୍ଫ ମେଡ୍। ସମସ୍ତଙ୍କର ଜଣେ ଗଡ୍ଫାଦର ଅଛନ୍ତି, କିନ୍ତୁ ମୋ ପିଲାମାନଙ୍କ କ୍ଷେତ୍ରରେ ଏହା ନୁହେଁ। ସେମାନଙ୍କର କୌଣସି ଗଡ୍ଫାଦର ନାହାନ୍ତି। ସେମାନଙ୍କ ପାଖରେ କେବଳ ବାପା ଅଛନ୍ତି।”
ସେ ପୁଣି କହିଛନ୍ତି “ମୋ ପିଲାମାନଙ୍କ ବାପା (ଗୋବିନ୍ଦ) ସେମାନଙ୍କ ପାଇଁ କାହାକୁ ଫୋନ୍ କରନ୍ତି ନାହିଁ। ତାଙ୍କ ଚିନ୍ତାଧାରା ଭିନ୍ନ। ଗୋବିନ୍ଦା କେବେବି ତାଙ୍କ ପିଲାମାନଙ୍କ କ୍ୟାରିଅର ମାମଲାରେ ସମର୍ଥନ କରି ନାହାନ୍ତି। ମୋ ପୁଅ ୮୪ଟି ଅଡିସନ୍ ଦେଇଛି। ଗୋବିନ୍ଦାଙ୍କ ପୁଅ ହୋଇଥିବାରୁ ତାଙ୍କୁ ଏତେ ଅଡିସନ୍ ଦେବାର ଆବଶ୍ୟକତା ନଥିଲା। କିନ୍ତୁ ସେ କହିଥିଲେ, ଠିକ୍ ଅଛି... ତୁମେ ଯେତେ କଠିନ ପରିଶ୍ରମ କରିବ ଏହାର ଫଳ ଭଲ ହିଁ ମିଳିବ। ତୁମେ ଜଣେ ସୁପରଷ୍ଟାର ହୋଇକି ହିଁ ରହିବ।”
ଝିଅ ଟିନାଙ୍କ ବିଷୟରେ ସୁନିତା କହିଛନ୍ତି, “ମୋ ଝିଅ ଟିନା ଏବେ ବି ନିଜ ସର୍ତ୍ତରେ କାମ କରୁଛି। ସେ ପଞ୍ଜାବରେ ଏକ ଭଲ ଟକ୍ ଶୋ’ ହୋଷ୍ଟ୍ କରୁଛି। ଯଶବର୍ଦ୍ଧନ ଫିଲ୍ମଟି ସାଇନ୍ କରିଛି ଏବଂ ସେ ମଧ୍ୟ ଭଲ କରୁଛି।”
ଅଧିକ ପଢ଼ନ୍ତୁ: କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା ? ଅସଲ କାରଣ କହିଲେ ପତ୍ନୀ
Sitaare Zameen Par Trailer: ଆଜି ରିଲିଜ୍ ହେବ ଆମିର ଖାନଙ୍କ 'ସିତାରେ ଜମିନ୍ ପର' ଟ୍ରେଲର୍; ଜାଣନ୍ତୁ କେତେବେଳେ

Sabyasachi Mohapatra: ବିଦେଶ ମାଟିରେ ପୁରସ୍କୃତ ହେଲେ ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

Short Film Kokua: ଆସୁଛି ନୂଆ ଥ୍ରୀଲର ଫିଲ୍ମ 'କୋକୁଆ'; ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍

Avneet Kaur: ବିରାଟ କୋହଲିଙ୍କ ଅବସରକୁ ନେଇ ଅବନୀତ କୌର୍ଙ୍କୁ ଟ୍ରୋଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)