Advertisment

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍‌ !

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍‌ ! ନଭେମ୍ବର ମାସରେ ଏକ୍ସପାଏରୀ ହୋଇଯାଇଥିବା ସାଲାଇନ୍‌କୁ ଦିଆଗଲା ଡିସେମ୍ବରରେ। ବାରିପଦାରୁ ଏଭଳି ଅଭିଯୋଗ ଆସିଛି।

author-image
Rajalaxmi Sahoo
 Negligence In Treatment

Negligence In Treatment

ବାରିପଦା: ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍‌ ! ନଭେମ୍ବର ମାସରେ ଏକ୍ସପାଏରୀ ହୋଇଯାଇଥିବା ସାଲାଇନ୍‌କୁ ଦିଆଗଲା ଡିସେମ୍ବରରେ। ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆର୍‌ଏମ୍‌(ପଣ୍ଡିତ ରଘୁନାଥ ମୁର୍ମୁ)ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ପ୍ରସୂତି ବିଭାଗରେ ଜଣେ ମହିଳାଙ୍କୁ ଏକ୍ସପାଏରୀ ସାଲାଇନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ମେଡ଼ିକାଲ୍ ଆଣିଥିବା ଖୋଦ୍ ଆଶାକର୍ମୀ ଏହି ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ମଙ୍ଗଳବାର ବୈଶିଙ୍ଗା ଥାନା ଅନ୍ତର୍ଗତ ରାଇକମା ଅଞ୍ଚଳର ରୋଜାଲିନ ମହାନ୍ତ ନାମକ ଜଣେ ମହିଳାଙ୍କ ପ୍ରସବବେଦନା ହୋଇଥିଲା। ଏହାପରେ ଆଶାକର୍ମୀ ତାଙ୍କୁ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ବୁଧବାର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ତାଙ୍କୁ ସାଲାଇନ୍‌ ଦିଆଯାଇଥିଲା। ତେବେ ଏହି ସାଲାଇନ୍‌ ଏକ୍ସପାଏରୀ ହୋଇଯାଇଥିଲା। ଏହାର ଏକ୍ସପାଏରୀ ତାରିଖ ୨୦୨୧, ନଭେମ୍ବର ମାସ ଥିଲା।    

ଘଟଣାକୁ ନେଇ ଡ୍ୟୁଟିରେ ଥିବା ନର୍ସଙ୍କୁ ଆଶାକର୍ମୀ ଜଣାଇଥିଲେ। ହେଲେ ସେ ତାଙ୍କ ସହ ଯୁକ୍ତିତର୍କ କରିଥିବା ଆଶାକର୍ମୀ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ଆଶାକର୍ମୀ ପ୍ରତିବାଦ କରିଥିଲେ। ଏହାସହ ପିଆରଏମ୍ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। 

Advertisment

ଅନ୍ୟପକ୍ଷେ, ରୋଗୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ଚରମ ଅବହେଳାକୁ ନେଇ ଚିକିତ୍ସାକୁ ବ୍ୟବସ୍ଥାରେ ଅନେକ ପ୍ରଶ୍ନ ଉଠିଛି। 

Negligence In Treatment Expired Saline
Advertisment
Advertisment