• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆସୁଛି ବାତ୍ୟା । ଆସନ୍ତା ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳରେ ପ୍ରବଳ ପ୍ରଭାବ ପକାଇବ । ଏତଦ୍ ବ୍ୟତୀତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ । ଏ ନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । 

ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ତେଣୁ ଏହି ଅଞ୍ଚଳରେ ଥିବା ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି । ବାଂଲାଦେଶ ୱେଦର ଅବଜରଭେସନ ଟିମ୍ ର ସୂଚନା ଅନୁଯାୟୀ, ୧୬ ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଯାହା ପରେ ଧିରେ ଧିରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । 

ଏହା ପ୍ରଭାବରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ମୋସ୍ତୋଫା କମଲ ପୋଲାଶ ଏ ନେଇ ସତର୍କ ସୂଚନା ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ନାଁ ‘ଶକ୍ତି’ ରଖାଯାଇଛି । ଶ୍ରୀଲଙ୍କାର ପ୍ରସ୍ତାବ ଅନୁସାରେ ଏହି ନାଁ ରଖାଯାଇଛି । 

ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ