Advertisment

Virat Kohli Anushka Sharma News: ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା, ଜାଣନ୍ତୁ କ’ଣ ହେଲା...

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ।

author-image
Sujit kumar Swain
ଅଦ୍ୟତନ ହୋଇଛି
Virat Kohli Anushka Sharma News

Virat Kohli Anushka Sharma News

ବିରାଟ କୋହଲି ଓ ଅନୁଷ୍କାଙ୍କୁ ନେଇ ଆସିଲା ବଡ଼ ଖବର। ବିରାଟଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ପରେ ଆସିଲା ବଡ଼ ଅପ୍‌ଡେଟ୍‌ । ଆସିଲା ଉଭୟଙ୍କ ଫଟୋ ଓ ଭିଡ଼ିଓ । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ। ଏହାର ଭିଡିଓ ଓ ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।

Advertisment

ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା ଈଶ୍ଵରଙ୍କ କୃପା ନୁହେଁ, ବରଂ ଏହା ପୁଣ୍ୟ ହୋଇଥାଏ। ଆପଣ ଦେଖିଥିବେ ଭୁଲ କାମ କରୁଥିବା ଲୋକଙ୍କୁ ବି ବୈଭବ ମିଳିଥାଏ। ଏହା ତାଙ୍କର ପୂର୍ବ ଜନ୍ମର କୌଣସି ପୁଣ୍ୟ କାର୍ଯ୍ୟରୁ ହୋଇଥାଏ। ତେଣୁ ଧନପ୍ରାପ୍ତ ବା ଯଶକୁ କୃପା ବୋଲି ଭାବନ୍ତୁ ନାହିଁ। କୃପା ସେତେବେଳେ ମିଳିଥାଏ​‌ ଯେତେବେଳେ ମନୁଷ୍ୟର ଅନ୍ତରର ଚିନ୍ତନ ବଦଳିଥାଏ।

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

Advertisment

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ଯେତେବେଳେ ଭଗବାନ କୃପା କରନ୍ତି, ସେତେବଳେ ସନ୍ଥଙ୍କ ସମାଗମ ହୋଇଥାଏ। ଏହା ବ୍ୟତୀତ କିଛି ବିପରୀତ ଦେଇଥାଆନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଇଥାଆନ୍ତି। ଯଦି ଆପଣଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ବୁଝି ଯାଆନ୍ତୁ ଯେ ଈଶ୍ଵରଙ୍କ କୃପା ମିଳୁଛି। ତେଣୁ ଯେତେବେଳେ କୌଣସି କାମ ଆପଣଙ୍କ ମନ ମୁତାବକ ହେଉନାହିଁ ଓ ଆପଣଙ୍କୁ କଷ୍ଟ ମିଳୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ହେଉଛି। ଆପଣ କେବଳ ଈଶ୍ଵରଙ୍କ ନାମ ଜପ କରନ୍ତୁ।

ତେବେ ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମ‍‍ବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଛନ୍ତି କୋହଲି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କୋହଲି ଅବସର ଘୋଷଣା କରିଥିଲେ।

ବିରାଟ କୋହଲି ଭାରତ ପାଇଁ ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ତାଙ୍କର ଟେଷ୍ଟ କ୍ୟାପ ନମ୍ବର ୨୬୯ ରହିଥିଲା। ଭାରତ ପାଇଁ ୧୨୩ ଟେଷ୍ଟ ମ୍ୟାଚ ଖେଳି ସେ ୪୬.୮୫ ଆଭରେଜରେ ୯୨୩୦ ରନ ସ୍କୋର କରିଛନ୍ତି। ୨୫୪ ରନର ସର୍ବାଧିକ ସ୍କୋର ସହିତ ସେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଦିନିକିଆରେ ୩୦୨ ମ୍ୟାଚ ଖେଳି ୧୪୧୮୧ ରନ ଓ ୧୨୫ ଟି୨୦ ମ୍ୟାଚରୁ ୪୧୮୮ ରନ ସ୍କୋର କରିଛନ୍ତି। ପୂର୍ବରୁ ଭାରତ ଟି୨୦ ବିଶ୍ବକପ ଜିତିବା ପରେ କୋହଲି ଟି୨୦ରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟରେ ସକ୍ରିୟ ରହିବେ। 

Anushka Sharma Virat Kohli
Advertisment
Related Articles
Advertisment