• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଳା ସାଗର,ସମୁଦ୍ର ତୁଳନା ସାଗରର ପାଣି କମ୍‌ ଲବଣଯୁକ୍ତ

ବ୍ଲାକ୍‌ ସି ବା କଳା ସାଗର । ଏହା ଏକ ମହାଦ୍ୱୀପ ସାଗର । ଏହା ଦକ୍ଷିଣ ପୂର୍ବ ୟୁରୋପ, କକେସସ୍‌, ଓ ଅନାତୋଲିଆ ସବ ଆଏଲ୍ୟାଣ୍ଡ ସହ କନେକେ୍ଟଡ୍‌ । ଏହା ୪ ଲକ୍ଷ ୩୬ ବର୍ଗ କିଲୋମିଟରର ଜଳାଶୟ । ଏହାର ଗଭୀରତା ୨ ହଜାର ୨୧୨ ମିଟର । ଏଥିରେ ପ୍ରାୟତଃ ୫ଲକ୍ଷ ୩୭ହଜାର ଘନ କିଲୋମିଟରର ଜଳ ରହିଛି । ବ୍ଲାକ୍‌ ସି ଓ ଏହାର ନିକଟବର୍ତ୍ତି କାସପିଓ ସାଗର ମଧ୍ୟରେ କକେସସ୍‌ ପର୍ବତମାଳା ରହିଛି । ଯାହା ଏହି ଦୁଇଟି ସାଗରକୁ ପରସ୍ପରଠାରୁ ଭିନ୍ନ କରେ । ପ୍ରଥମେ ଏହି ସାଗରକୁ ଇନହେଷ୍ଟିବେଲ୍‌ ସି ବୋଲି କୁହାଯ।ଉଥିଲା । କିନ୍ତୁ ଏହି ନାଁକୁ ଅଶୁଭ ବୋଲି ବିବେଚନା କରାଗଲା ।

ପରବର୍ତ୍ତି ସମୟରେ ଏହାର ନାଁ ପାଣେ୍ଟାଜ୍‌ ସି ବୋଲି ରଖାଗଲା । ୧୩ ଶତାବ୍ଦୀରେ ଏହି ସାଗରର ନାଁ ବ୍ଲାକ୍‌ ସି ବୋଲି ଦି‌ଆଗଲା । ଏହି ସାଗରରେ ପ୍ରାକୃତିକ ଗ୍ୟାସ ଓ ପ୍ରାକୃତିକ ତୈଳର ଅମାପ ଭଣ୍ଡାର ରହିଛି । ଏଠାକାର ସବୁଠାରୁ ଖାସ୍‌ କଥା ହେଉଛି ଏହି ସମୁଦ୍ର ପାଣିରେ ୯୦ ପ୍ରତିଶତ କମ୍‌ ଅକ୍ସିଜେନ୍‌ ରହିଛି । ଏହାର ପାଣି କ୍ଷାର । ଆଉ ଏହି କାରଣରୁ ହିଁ ଏହି ସାଗରକୁ କଳା ସାଗର ବୋଲି କୁହାଯାଏ ।

ସମୁଦ୍ର ତୁଳନାଏହି ସାଗରର ପାଣି କମ୍‌ ଲବଣଯୁକ୍ତ । କୁହାଯାଏ ଗୋଟେ ସମୟରେ କଳା ସାଗର ଏକ ମିଠା ପାଣିର ହ୍ରଦ ଥିଲା । ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏହି ସାଗର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ସ୍ଥାନର ଆଉ ଏକ ବିଶେଷତ୍ତ୍ୱ ହେଉଛି ଯେ, ଏହି ସାଗରର ତଳ ଅଂଶରେ ଥିବା ପାଣି ଉପର ଭାଗର ପାଣି ସହ ମିଶି ନଥାଏ । ଉପର ଭାଗର ପାଣି ଭିତର ଭାଗର ପାଣି ଅନୁଯାୟୀ ଅଧିକ ଥଣ୍ଡା । ଏହାସହ ଉପର ଭାଗର ପାଣି ଅଧିକ ଲବଣଯୁକ୍ତ । କେନିୟା ପ୍ରାୟଦ୍ୱୀପ ଏହି ସାଗରକୁ ଭିନ୍ନ କରେ । ଏହି ପାଣିରେ ପୁରାତନ ଜାହାଜ ଗୁଡିକୁ ସଂରକ୍ଷିତ କରି ରଖାଯାଇପାରେ । କାରଣ ସେଠାରେ କାଠକୁ ନଷ୍ଟ କରୁଥିବା ଜୀବ ବଞ୍ଚି ରହିପାରନ୍ତି ନାହିଁ ।

Black seaBlack sea

ପୁରାତନ ସମୟରେ ଏହି ସାଗର ମଧ୍ୟ ଦେଇ ବାଣିଜ୍ୟ କରାଯାଉଥିବା ନେଇ ମଧ୍ୟ ପ୍ରମାଣ ମିଳିଛି । ତେବେ ଏହି ସ୍ଥାନ ପ୍ରାକୃତିକ ସୁନ୍ଦରତାରେ ମଧ୍ୟ ଭରପୁର । ଏଠାକାର ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ । କିନ୍ତୁ ଏହା ପ୍ରସିଦ୍ଧ ପ୍ରର୍ଯ୍ୟଟନ ସ୍ଥଳୀ ହୋଇପାରିନାହିଁ । ‌ଆଉ ଅନେକ କାରଣରୁ ଏହି ସ୍ଥାନରେ ‌ଆଜି ବି ଗବେଷଣା ଜାରି ରହିଛି । ଏହି ସ୍ଥାନକୁ ଅନେକ ଲୋକ କୃଷ୍ଣ ସାଗର ବୋଲି ମଧ୍ୟ କୁହାଯ।ଏ । ଏହି ନିଆରା ନାଁର କାରଣ ଅନେକ ଲୋକ ଏହି ସାଗରରେ ଥିବା ଉପର ଭାଗ ଜଳର ରଙ୍ଗ ବୋଲି ମଧ୍ୟ କହିଥାନ୍ତି । କାରଣ ଏହି ଜଳର ରଙ୍ଗ ସାମାନ୍ୟ ଭାବେ କଳା ରଙ୍ଗର । ଯାହା ଅନ୍ୟ ସାଗରର ଜଳର ରଙ୍ଗଠାରୁ ବେଶ୍‌ ଭିନ୍ନ ।