• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନଦୀ ଯେତେ ପ୍ରସିଦ୍ଧ,ସେତେ ରହସ୍ୟମୟ

ଛୋଟ ଛୋଟ ଧାରା ଏକାଠି ହୋଇ ନଦୀରେ ପରିବର୍ତ୍ତିତ ହୁଏ । ଏକଥା ତ ଆମେ ସମସ୍ତେ ଜାଣିଛୁ । ତେବେ ସବୁଠାରୁ ବଡ ନଦୀ କଥା ଆସିଲେ, ଆମାଜୋନ ନଦୀ ବା ନୀଳ ନଦୀ କଥା ନିଶ୍ଚୟ ସାମ୍ନାକୁ ଆସେ । ଏହି ନଦୀ ଯେତେ ପ୍ରସିଦ୍ଧ । ସେତେ ଅଭେଦ ରହସ୍ୟରେ ଭରପୁର । କୁହାଯାଏ ଏହା ଦୁନିଆର ସବୁଠାରୁ ଲମ୍ବା ନଦୀ । ଅନେକ ଛୋଟ ଛୋଟ ଜଳଧାରା ଏକାଠି ହୋଇ ଏହି ନଦୀର ଉତ୍ପତ୍ତି ।

ବଡ ନଦୀ କାହାକୁ କୁହାଯାଏ, ଏହାର ପରିଭାଷାକୁ ନେଇ ଆଜି ବି ମତ ପାର୍ଥକ୍ୟ ଦେଖିବାକୁ ମିଳେ । ଅନେକ ବଡ ନଦୀର ଉତ୍ପତ୍ତିକୁ ନେଇ ମତଭେଦ ଦେଖିବାକୁ ମିଳେ । ସେହିକ୍ରମରେ ଦୁନିଆର ସବୁଠାରୁ ବଡ ନଦୀ ଆମାଜୋନ ନଦୀକୁ ନେଇ ମଧ୍ୟ ଅନେକ କାହାଣୀ, ଗବେଷଣା, ଲୋକକଥା ଓ ଦ୍ୱନ୍ଦ ଲାଗିରହିଛି । ଏହି ନଦୀରର ଲମ୍ବ ୬ହଜାର ୨୦୦ କିଲୋମିଟରରୁ ୭ହଜାର କିଲୋମିଟର ପର୍ଯ୍ୟନ୍ତ ବୋଲି କୁହାଯାଏ । ତେଣୁ ଏହାକୁ ଦୁନିଆର ସବୁଠାରୁ ଲମ୍ବା ଓ ବଡ ନଦୀ ବୋଲି କୁହାଯାଏ ।

ଏହି ନଦୀର ଘାଟୀ ଦକ୍ଷିଣ ଆମେରିକାର ୮ଟି ଦେଶ ଯାଏଁ ବ୍ୟାପିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜ୍ଞାନ ଏତେ ଉନ୍ନତି କରିସାରିଥିବା ବେଳେ ଆମାଜୋନ ନଦୀର ଧାରା କେଉଁଠାରୁ ଆରମ୍ଭ ହୋଇଛି, ତାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଗତ ଏକ ଶତାବ୍ଦୀ ଧରି ଆମାଜୋନର ଉତ୍ପତ୍ତି ସ୍ଥଳକୁ ଚିହ୍ନଟି କରିବା ପାଇଁ ପ୍ରୟାସ ଚାଲିଛି ।

୧୭୦୭ ମସିହାରେ ଭୁଗୋଳବିତ୍‌ ଫାଦର ସୈମୁଏଲ ଫ୍ରିଟଜ୍‌ ଏକ ନକ୍ସା ବନାଇଥିଲେ । ଏଥିରେ ଲରିକୋଚ୍‌ ହ୍ରଦକୁ ଆମାଜୋନ ନଦୀର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ । ଯାହା ଆମାଜୋନର ଏକ ସହାୟକ ନଦୀ ମାରାନନର ଷ୍ଟାର୍ଟିଙ୍ଗ୍‌ ପଏଣ୍ଟ । ଏହି ଠିକଣା ପେରୁରେ ରହିଛି । କିନ୍ତୁ ବିଂଶ ଶତାବ୍ଦୀ ଆରମ୍ଭରୁ କୁହାଗଲା ଯେ, ଆମାଜୋନର ଉତ୍ପତ୍ତି ହେଉଛି ପେରୁର ଏପୁରିମେକ ନଦୀ । ପୁଣିଥରେ ୧୯୬୦ରେ ଆଉ ଜଣେ ବୈଜ୍ଞାନିକ ପେରୁର ନେୱାଦୋ ମିସମି ନାମକୁ ସ୍ଥାନକୁ ଏହାର ଉତ୍ପତ୍ତି ବୋଲି କହିଥିଲେ । ପୁଣିଥରେ ୨୦୦୦ ରେ କାର ହୁଆସାନ୍ତାକୁ ଉତ୍ପତ୍ତି ବୋଲି କୁହାଗଲା । ୨୦୧୪ରେ ସନ୍ଧାନକାରୀ ଜେମ୍ସ କାଣେ୍ଟାସ ଦାବି କଲେ ଯେ, ପେରୁ ମାନେ୍ତାରୀ ନଦୀ ଏହାର ଉତ୍ପତ୍ତି ସ୍ଥଳୀ ବୋଲି ମାନିବା ଆବଶ୍ୟକ ।

Amazon riverAmazon river

ପରବର୍ତ୍ତି ସମୟରେ ମାନେ୍ତାରୀର ଲମ୍ବ ମଧ୍ୟ ଅଧିକ ବୋଲି ଜଣାପଡିଥିଲା । ଏହିଭଳି ସମୟ ସହ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି ସତ । କିନ୍ତୁ ଏହି ଦ୍ୱନ୍ଦ ଦୂର ହୋଇପାରିନାହିଁ । କୁହାଯାଏ ଦୁନିଆର ୨୦ ପ୍ରତିଶତ ନଦୀ ଆମାଜୋନ ନଦୀରେ ଯାଇ ମିଶିଥାଏ । କିନ୍ତୁ ଶେଷରେ ଭାରତର ପୂର୍ବତନ ସଭେର୍ୟର ଜେନେରାଲ ସ୍ୱଣ୍ର୍ଣ ସୁବା ରାଓଙ୍କ ମତରେ କୌଣସି ଖାସ୍‌ ଠିକଣାକୁ ନଦୀର ଉତ୍ପତ୍ତି ବୋଲି କୁହାଯାଏ ନାହିଁ । ତେଣୁ ଏହି ନଦୀର ଉତ୍ପତ୍ତିକୁ ନେଇ ଦ୍ୱନ୍ଦ ଲାଗି ରହିବା ସ୍ୱାଭାବିକ । ତେବେ ଏହି ନଦୀରେ ଅନେକ ବିଚିତ୍ର ଜୀବର ସତ୍ତା ସମ୍ଭବ ହୋଇପାରିଛି । ଯାହା ଅନ୍ୟ କେଉଁଠାରେ ମଧ୍ୟ ଦେଖିବାକୁ ମିଳେ ନାହିଁ ।

ଆମାଜୋନର ବର୍ଷାବନ ଦୁନିଆର ସବୁଠାରୁ ବଡ ଜଙ୍ଗଲ । ଆଉ ଏହା ପୃଥିବୀର ସବୁଠାରୁ ଅଧିକ ଅକ୍ସିଜେନ୍‌ ଜେନେରେଟ୍‌ କରୁଥିବା ଜଙ୍ଗଲ ମଧ୍ୟ । ଆମାଜୋନ ନଦୀର ୧୧୦୦ରୁ ଅଧିକ ସହାୟକ ନଦୀ ରହିଛି । ଯାହା ମଧ୍ୟରୁ ୧୭ରୁ ଅଧିକ ନଦୀ ଗୁଡିକର ଲମ୍ବ ୧୫୦୦ କିଲୋମିଟରରୁ ବି ଅଧିକ । ଅନ୍ୟପଟେ ବର୍ଷା ଦିନେ ଆମାଜୋନ ନଦୀର ଲମ୍ବ ବଢିଯାଏ ବି ଯାଇଥାଏ । ବ୍ରାଜିଲର ସବୁଠାରୁ ବଡ ସହର ଆମାଜୋନ କୂଳରେ ବସିଛି ।

ଆମାଜୋନରେ ୩୦୦୦ ପ୍ରଜାତିର ମାଛ ମିଳିଥାଏ । ଦୁନିଆର ସବୁଠାରୁ ବଡ ସାପ ଆନାକୋଣ୍ଡା ବି ଏହି ଆମାଜୋନରେ ହି ମିଳିଥାଏ । ଦକ୍ଷିଣ ଆମେରିକାରେ ବର୍ଷା ଦିନେ ନଦୀର ଓସାର ମଧ୍ୟ ବଢିଯାଏ । ଏଠାକାର ବର୍ଷା ବଣରେ ୪୦୦ରୁ ୫୦୦ ପ୍ରଜାତିର ଜନଜାତି ବସବାସ କରନ୍ତି । ଯେଉଁମାନେ ଦକ୍ଷିଣ ଆମେରିକାର ମୂଳ ନିବାସୀ । ଆଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରୁ ୫୦ ପ୍ରଜାତିର ଜନଜାତି ଆଜି ଯାଏଁ ବାହ୍ୟ ଜଗତ ସମ୍ପର୍କରେ ଆସିନାହିଁ । ଆଉ ଏହି ନଦୀ ହି ପ୍ରମାଣିତ କରେ ଯେ, ବାସ୍ତବରେ ପ୍ରକୃତର ସୃଷ୍ଟିର କୌଣସି ତୁଳନା ନାହିଁ ।