/odishatv-khabar/media/post_attachments/uploadimage/library/16_9/16_9_0/chamoli_1755924762.jpg)
chamoli
ଦେବଭୂମି ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବଲୀଳା। ବାଦଲଫଟା ବର୍ଷା ପରେ ଖିନଭିନ୍ ଉତ୍ତରାଖଣ୍ଡର ଚାମୋଲି। ବାଦଲଫଟା ବର୍ଷା ପରେ ହଠାତ୍ ପାହାଡ଼ରୁ ମାଡ଼ିଆସିଲା ବନ୍ୟା। ଆଉ ଧୋଇଗଲା ଅନେକ ଘରଦ୍ବାର ଓ ଦୋକାନ ବଜାର। ଗତ ରାତିରେ ହିଁ ଏଭଳି ଭୟାନକ ଘଟଣା ଘଟିଛି। କେହି କିଛି ବୁଝିବା ଆଗରୁ ସବୁକିଛି ବନ୍ୟାର ସୁଅରେ ଭାସିଯାଇଛି।
ଅନେକ ଲୋକେ ଏବେ ବି ନିଖୋଜ ଥିବା ଜଣାପଡିଛି। କିଛି ଘରଦ୍ବାର ସଂପୂର୍ଣ୍ଣ ଭାସି ଯାଇଥିବା ବେଳେ ଅନେକ ଘର ଦ୍ବାର କାଦୁଅ ପଙ୍କରେ ପୋତି ହୋଇଯାଇଛି। ପ୍ରଶାସନର ସୂଚନା ଅନୁଯାୟୀ ଥାରାଲି ମାର୍କେଟ୍ ଏରିଆ ଏବଂ ଥାରାଲି ତହସିଲ କଂପ୍ଲେକ୍ସ ପଙ୍କରେ ପୋତି ହୋଇଯାଇଛି। ଅନେକ ସରକାରୀ ବାସଭବନ, ଦୋକାନ ବଜାର, ଅନେକ ଗାଡ଼ି ମଧ୍ୟ ପଙ୍କରେ ପୋତି ହୋଇଯାଇଛି। ଏପରିକି ଏସଡିଏମଙ୍କ ବାସଭବନ ମଧ୍ୟ ପଙ୍କରେ ପୋତି ହୋଇଯାଇଛି।
ଗତ ରାତିରୁ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟା ପରେ ଅନେକ ସ୍ଥାନରେ ରାସ୍ତାଘାଟ ଅବରୋଧ ହୋଇ ରହିଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରି ରିଲିଫ୍ କ୍ୟାମ୍ପରେ ରଖାଯିବାର ବ୍ୟବସ୍ଥା କରାଯାଉଥିବା ଚାମୋଲି ଏଡିଏମ୍ ସୂଚନା ଦେଇଛନ୍ତି।
#WATCH | Uttarakhand: Due to a cloudburst in Tharali of Chamoli district, debris has entered houses, the market, and the SDM's residence. District Magistrate and relief teams have left for the spot. Two people are reported missing: Uttarakhand Disaster Management Secretary Vinod… pic.twitter.com/V2aesFekFf
— ANI (@ANI) August 23, 2025
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣା ଉପରେ ନଜର ରଖିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡରେ ଆସନ୍ତା ଦୁଇ ଦିନ ପାଇଁ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଇଏମଡି ପକ୍ଷରୁ ଅରେ୍େଜ ଆଲର୍ଟ ଜାରି କରାଯାଇଛି। ...
Uttarakhand CM Pushkar Singh Dhami tweets, "Late last night, a tragic report of a cloudburst was received in the Tharali area of Chamoli district. The district administration, SDRF, and police have reached the spot and are engaged in relief and rescue operations. In this regard,… pic.twitter.com/iKoanqSzK6
— ANI (@ANI) August 23, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)