Advertisment

Pravat Tripathy Counters Naveen Patnaik: ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍‌ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର

ନବୀନଙ୍କ ଅଭିଯୋଗ, ଜବାବ ରଖିଲେ ପ୍ରଭାତ। କହିଲେ ନବୀନ ମହାମିଥ୍ୟା କହି ଖସିଯିବାକୁ ବସିଛନ୍ତି । ୱକଫ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ମୋ ନିଲମ୍ବନ କଥା କହିଛନ୍ତି ।

author-image
Santosh Kumar Sahoo
undefined

କାହିଁକି ମିଛ କହିଲେ ନବୀନ ?

ମହା ମିଥ୍ୟା କହିଛନ୍ତି ନବୀନ । ନିଲମ୍ବନ ଉଠାଇ ବି ନବୀନ ଜାଣି ନାହାନ୍ତି ମୁଁ ଦଳରେ ଅଛି ନା ନାହିଁ ? ନବୀନଙ୍କ ଅଭିଯୋଗର ଜବାବ ରଖି ଆଜି ଏଭଳି କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ପ୍ରଭାତ ତ୍ରିପାଠୀ । ସେପଟେ ବିଜେଡି ସୁପ୍ରିମୋଙ୍କ କ୍ଲିନ୍ ଚିଟ୍ ପରେ ବି ଥମୁନି ପାଣ୍ଡିଆନ୍ ଝଡ଼ । ଫାଳ ଫାଳ ହେଇଗଲାଣି ଦଳ । ଅପରପକ୍ଷେ ନେତା, କର୍ମୀଙ୍କ ଚିନ୍ତା ବଢାଇଛି ନବୀନଙ୍କ ଅସ୍ପଷ୍ଟତା। ଯାହାକୁ ନେଇ ବିଜେଡି ରାଜନୀତି ଏବେ ପୁରା ସରଗରମ ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କୁ ପ୍ରଭାତଙ୍କ କାଉଣ୍ଟର ଆଟାକ୍, ପୋଲ୍ ଖୋଲିଦେଲେ

ନବୀନଙ୍କ ଅଭିଯୋଗ, ଜବାବ ରଖିଲେ ପ୍ରଭାତ। କହିଲେ ନବୀନ ମହାମିଥ୍ୟା କହି ଖସିଯିବାକୁ ବସିଛନ୍ତି । ୱକଫ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ମୋ ନିଲମ୍ବନ କଥା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ବିଜେଡିରେ ଚାଲିଛି ପାଣ୍ଡିଆନ୍ ରାଜ୍ । କର୍ମୀ ଓ ନେତା ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଚିଟ୍‌ଫ‍ଣ୍ଡ ମାମଲା ଏବେ ବିଚାରଧୀନ। ମୁଁ କେବେ ଦଳକୁ ଅନୁରୋଧ କରିନଥିଲି, ମୋର ନିଲମ୍ବନ ପ୍ରତ୍ୟାହାର କରିବାକୁ । ଦଳ ନିଜ ସୁବିଧା ପାଇଁ ୨୦୧୭ରେ ନିଲମ୍ବନ ଉଠାଇଥିଲା। ୨୦୧୯ରେ ନବୀନ ଗୋଟିଏ ମଞ୍ଚରେ ମୋ ସହ ପ୍ରଚାର କରିଛନ୍ତି ।

ଏପିରିକି ୨୦୨୪ରେ ବି ମୁଁ ବାଙ୍କୀ ସହ ଏକାଧିକ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ କାମ କରିଛି। କିନ୍ତୁ ନବୀନ ବାବୁ ଦୁଇଟି ଆସନରେ ଛିଡ଼ା ହେବା ନିଷ୍ପତ୍ତି ତୃଣମୂଳ ସ୍ତରକୁ ଖରାପ ବାର୍ତ୍ତା ଦେଇଥିଲା। ପ୍ରଚାର ହେଲା ଯେ, ନବୀନ ଗୋଟିଏ ଆସନ ଛାଡି ପାଣ୍ଡିଆନଙ୍କୁ ସେଠାରୁ ବିଜୟୀ କରାଇବେ। ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ନିଜେ ବାହାରକୁ ପଳାଇବେ । ଜଣେ ଅଣ ଓଡ଼ିଆଙ୍କ ପ୍ରାଧାନ୍ୟ ବିସ୍ତାରକୁ ଓଡିଶାବାସୀ ପ୍ରତ୍ୟାଖ୍ୟାନ କଲେ। ଆଉ ଏବେ ଯଦି ଲୁଚି ଲୁଚି ପାଣ୍ଡିଆନ୍ ବିଜେଡିକୁ ନିୟନ୍ତ୍ରଣ କରୁଥାନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ ବୋଲି ଚରମବାଣୀ ଶୁଣାଇଛନ୍ତି ପ୍ରଭାତ । ସେପଟେ ଜବାବରେ ବିଜେଡି କହିଛି ଏହା ତଥ୍ୟ ଆଧାରିତ ନୁହେଁ ।

Advertisment

ପ୍ରଶ୍ନ ଉଠୁଛି ନବୀନଙ୍କ ମୁହଁରେ ମିଛ କୁହାଇଲା କିଏ ? ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ବି ନବୀନ କିପରି ପ୍ରଭାତ ଦଳରେ ନାହାନ୍ତି ବୋଲି କହିଲେ ? ଚିଟ୍‌ଫଣ୍ଡ କଥା କହି ପ୍ରଭାତଙ୍କୁ ଟାର୍ଗେଟ୍ କଲେ, କିନ୍ତୁ ସେତେବେଳେ ତ ସରକାରରେ ବିଜେଡି ହିଁ ଥିଲା । ଆଉ କ୍ଷତିଗ୍ରସ୍ତଙ୍କ ପାଇଁ କର୍ପସ ଫଣ୍ଡ ଗଠନ କରିଥିଲେ ବି ତାହା ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିପାରିଲା ନାହିଁ । ସବୁଠାରୁ ବଡ଼ କଥା ହେଲା ପ୍ରଭାତ, ପାଣ୍ଡିଆନ୍‌ଙ୍କ ଟାର୍ଗେଟ କରିଥିବା ବେଳେ ନବୀନ କାହିଁକି ସାମନାକୁ ଆସି ସ୍ପଷ୍ଟୀକରଣ ଦେଲେ ? କିନ୍ତୁ ଯେଉଁଥିପାଇଁ ବିଜେଡିରେ ଝଡ଼ ବୋହୁଛି, ସେଇ ୱକଫ୍ ପ୍ରସଙ୍ଗରେ ପଦୁଟିଏ କହିଲେନି । ଅନ୍ୟପଟେ ବହୁ ବରିଷ୍ଠ ରାଜନେତା ନବୀନଙ୍କ ଏଭଳି ଆଭିମୁଖ୍ୟକୁ ନେଇ କଡ଼ା ସମାଲୋଚନା କରିଥିବାବେଳେ ବିଜେଡି କହିଛି ସଭାପତି ସବୁ ବିଷୟରେ ସ୍ପଷ୍ଟତା ଆଣିସାରିଛନ୍ତି ।

ପାଣ୍ଡିଆନ୍‌ଙ୍କ ବିରୋଧରେ ବରିଷ୍ଠଙ୍କଠାରୁ ଆରମ୍ଭ କରି ଯୁବ ନେତା ଯାଏ ସମସ୍ତେ ମେଳି କରି ନବୀନଙ୍କ ଟେନସନ୍ ବଢାଇଛନ୍ତି । ଆଉ ଏହାରି ଭିତରେ ପ୍ରଭାତଙ୍କ ଉପରେ ମନ୍ତବ୍ୟ ରଖି ମେଳି କରୁଥିବା ନେତାଙ୍କୁ ନାଲି ଆଖି ଦେଖାଇଛନ୍ତି ଦଳପତି । ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କୁ ପୁଣିଥରେ ଦେଇଛନ୍ତି କ୍ଲିନ୍ ଚିଟ୍ । ଏବେ ଦେଖିବାର କଥା ହେଉଛି ମେଳି ବାନ୍ଧୁଥିବା ନେତାଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି ।

ଅଧିକ ପଢ଼ନ୍ତୁ: କାଲି ଆସିବେ ନଡ୍ଡା; ଆୟୁଷ୍ମାନ ଭାରତର କରିବେ ଉଦଘାଟନ

Odisha Naveen Patnaik BJD VK Pandian Pravat Tripathy
Advertisment
Advertisment