/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744301315.jpg)
Fancy Number Plates
ନିଜ ମନ ପସନ୍ଦର ମୋବାଇଲ ନମ୍ବର ଏବଂ ଗାଡ଼ି ନମ୍ବର ପାଇବା ପାଇଁ ଏହାର ମାଲିକ ମାନେ ଟଙ୍କା ଖର୍ଚ୍ଚ କରିବା କିଛି ନୂଆ କଥା ନୁହେଁ । କିନ୍ତୁ, ବେଳେ ବେଳେ ଅଜବ ନିଶା କାରଣରୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ଲୋକେ । କେରଳର ଏକ କମ୍ପାନୀ ସିଇଓଙ୍କର ଦେଖିବାକୁ ମିଳିଛି ଏମିତି କିଛି ଅଜବ ନିଶା ।
ଏହି ସିଇଓ ଜଣକ ନିଜର ଅଜବ ନିଶା ପାଇଁ ଅର୍ଥାତ୍ ସ୍ପେଶାଲ ନମ୍ବର ପାଇବା ପାଇଁ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । କେରଳରେ ଲମ୍ବୋରଗିନି ଉରୁସୁ ମଡେଲ କାରର ସ୍ପେଶାଲ ନମ୍ବର ପାଇବା ପାଇଁ ଖର୍ଚ୍ଚ କରିଛନ୍ତି ୪୫.୯୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି ଏହି ଗାଡ଼ି ମାଲିକ । କେରଳର ଏକ ଆଇଟି କଂପାନୀର ସିଇଓ ୟୁନିକ ରେଜିଷ୍ଟ୍ରେସନ ନମ୍ବର ପାଇବା ପାଣି ଭଳି ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା ।
ଲିଟମସ ୭ ସିଷ୍ଟମସ କନସଲଟିଂ ପ୍ରାଇଭେଟ ଲିମିଟେଡର ସିଇଓ ବେଣୁ ଗୋପାଳକ୍ରିଷ୍ଣନ ୪ କୋଟି ଟଙ୍କାରେ ଲମ୍ବୋରଗିନି ଉରୁସୁ କାର କିଣିଥିଲେ। ସେ ନିଜ ଇଛା ମୁତାବକ ରେଜିଷ୍ଟ୍ରେସନ ନମ୍ବର KL 07DG 0007କୁ ହାସଲ କରିବା ପାଇଁ ୪୫.୯୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ତେବେ ଏହା କେରଳରେ କୌଣସି ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ପ୍ରଦାନ କରାଯାଇଥିବା ସର୍ବାଧିକ ଟଙ୍କା ବୋଲି ଜଣାପଡ଼ିଛି । ଫ୍ୟାନ୍ସି ନମ୍ବର ୦୦୦୭ ପାଇଁ ପ୍ରାରମ୍ଭିକ ବୁକିଂ ମୂଲ୍ୟ ୨୫,୦୦୦ ଟଙ୍କା ରଖାଯାଇଥିଲା । ପାଞ୍ଚ ଜଣ ବ୍ୟକ୍ତି ଏହି ନମ୍ବରଟି ବୁକ୍ କରିଥିଲେ । ପରେ ମୋଟର ଭେହିକିଲ ଡିପାର୍ଟମେଣ୍ଟ ପକ୍ଷରୁ ନିଲାମ ଆରମ୍ଭ ହୋଇଥିଲା ।
ବେଣୁ ଗୋପାଳକ୍ରିଷ୍ଣନ ୪୫.୯୯ ଲକ୍ଷ ଟଙ୍କା ଦେଇ ଏହି ନମ୍ବରକୁ ହାସଲ କରିନେଇଥିଲେ । ପରେ ବେଣୁ ଗୋପାଳକ୍ରିଷ୍ଣନ ନିଜର ଲମ୍ବୋରଗିନି ଉରୁସୁ କାରର ଭିଡିଓ ପୋଷ୍ଟ କରି କେରଳର ଏହା ପ୍ରଥମ କାର ବୋଲି ଦର୍ଶାଇଛନ୍ତି । ବେଣୁଙ୍କର ଗାଡ଼ି ପ୍ରତି ଅତ୍ୟଧିକ ସଉକ ରହିଛି । ତାଙ୍କ ପାଖରେ ବହୁ ସୁପର କାର ଓ ବାଇକ ରହିଛି । ନିକଟରେ ସେ ଏକ ଲମ୍ବୋରଗିନି ହୁରାକାନ ଷ୍ଟେରାଟୋ ଏବଂ BMW M 1000 XR ବାଇକ ମଧ୍ୟ କିଣିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)