• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର ପ୍ରତିବାଦ । ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି । ସେପଟେ ଏ ଘଟଣାକୁ ସାରା ଦେଶରେ ପ୍ରଥମ ବୋଲି କହିବା ସହ ବିଶ୍ୱେଶ୍ୱରଙ୍କ ବହିଷ୍କାର ଦାବି କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସରକାରୀ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ମୟୂରଭଞ୍ଜକୁ ନିନ୍ଦିତ କରିଛି ।

ମନ୍ତ୍ରୀ କର୍ମଚାରୀଙ୍କୁ ଡରେଇ, ଧମକେଇ ବେଆଇନ କାମ କରିବାକୁ ବିଶ୍ୱେଶ୍ୱର କହୁଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଦାମ । ଏଥିସହ ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ମୟୂରଭଞ୍ଜ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ବାଡ଼େଇବା କଥା ମନଗଢ଼ା ବୋଲି କହିଛନ୍ତି ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନ୍ । ଭାଇରାଲ ଅଡିଓ କ୍ୟାସେଟରୁ ଏହା ପୂର୍ବ ଯୋଜନାବଦ୍ଧ ବୋଲି ସ୍ପଷ୍ଟ ହେଉଛି । ମୟୂରଭଞ୍ଜରେ ବିଜେଡିର ପାରା ଉଠୁ ନଥିବାରୁ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ତିନି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ଅଭିଯୋଗ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିଥିବା କୁହାଯାଇଥିଲା । ହେଲେ ପରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମାଡ ମାରିବା କଥା ମିଛ ଓ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ଆଗମୀ ପଞ୍ଚାୟତ ନିର୍ବାଚ ଥିବାବେଳେ ନଜର ହଟାଇବାକୁ ଏମିତି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ ।