Advertisment

Happy Birthday: ରତନ ଟାଟାଙ୍କ ଜୀବନରେ ଆସିଥିଲେ ୪ ନାୟିକା; ହେଲେ କାହାକୁ ବାହା ହୋଇପାରିନଥିଲେ

ଆଜି ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୮୫ତମ ଜନ୍ମଦିନ। ଟାଟା ଗ୍ରୁପ୍‌କୁ ଉଚ୍ଚ ସ୍ଥାନକୁ ନେବାରେ ତାଙ୍କ ଭୂମିକା ଅତୁଳନୀୟ। ସେ ସିନା ବ୍ୟବସାୟରେ ସଫଳ ହୋଇଗଲେ, ହେଲେ ପ୍ରେମ ଜୀବନକୁ ସଫଳ କରିପାରିଲେ ନାହିଁ। ଜୀବନରେ ଆସିଥିଲେ ୪ ନାୟିକା ହେଲେ ସବୁଠାରୁ ଗଭୀର ପ୍ରେମ ଥିଲା ଆମେରିକୀୟ ଯୁବତୀଙ୍କ ସହ।

author-image
Pramod Behera
ଅଦ୍ୟତନ ହୋଇଛି
Ratan Tata Birthday Today

Ratan tata turns 85 know here the unknown fact

ଆଜି ବିଶ୍ୱ ପ୍ରସିଦ୍ଧ ଶିଳ୍ପପତି ତଥା ପଦ୍ମଭୂଷଣ ରତନ ଟାଟାଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ରତନ ଟାଟା ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍‌କୁ ବହୁତ ଉଚ୍ଚକୁ ନେବାରେ ସକ୍ଷମ ହୋଇଛନ୍ତି। ଟାଟା ଗ୍ରୁପ୍‌କୁ ମଜବୁତ କରିବା ପାଇଁ ସେ ଆଜି ବି ସକ୍ରିୟ ରହିଛନ୍ତି। ତାଙ୍କର ସଫଳତାକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୦୮ରେ ତାଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ଏବଂ ୨୦୦୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Advertisment

ସୁରଟ୍‌ରେ ଜନ୍ମ:

ରତନ ଟାଟା ୨୮ ଡିସେମ୍ବର ୧୯୩୭ରେ ଗୁଜୁରାଟର ସୁରଟ୍‌ରେ ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନା’ ନଭଲ ଟାଟା ଏବଂ ମା’ଙ୍କ ନା’ ସୋନୁ ଟାଟା। ତାଙ୍କ ବାପା ଦୁଇଟି ବିବାହ କରିଥିଲେ। ତାଙ୍କ ସାବତ ମା’ଙ୍କର ନା’ ସିମୋନ ଟାଟା। ନୋଏଲ୍ ଟାଟା ତାଙ୍କର ସାବତ ଭାଇ। କର୍ଣ୍ଣେଲ ଏବଂ ହାର୍ଭର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପାଇବା ପରେ ସେ ଟାଟା ଗ୍ରୁପ୍‌କୁ ହାତ ବଢେଇଥିଲେ। ସେ ଟାଟା ସନ୍ସ, ଟାଟା ଇଣ୍ଡଷ୍ଟ୍ରିଜ୍, ଟାଟା ମୋଟର୍ସ, ଟାଟା ଷ୍ଟିଲ୍ ଏବଂ ଟାଟା କେମିକାଲ୍ସର ଚେୟାରମ୍ୟାନ୍ ଅଛନ୍ତି।

୧୯୯୧ରେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହେଲେ:

ରତନ ଟାଟା ୧୯୬୨ ମସିହାରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ୧୯୮୧ ମସିହାରେ, ସେ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ହୋଇଥିଲେ ଏବଂ ଏହାକୁ ପରିବର୍ତ୍ତନ କରିବାର ଦାୟିତ୍ୱ ପାଇଥିଲେ। ରତନ ଟାଟା ବର୍ତ୍ତମାନ ଏଲ୍କୋ ନିର୍ଦ୍ଦେଶକ ବୋର୍ଡ ସହିତ ମିସ୍ତୁବିଶୀ କର୍ପୋରେସନ୍, ଜେପି ମୋର୍ଗନ୍ ଚେସ୍, ରୋଲ୍ସ-ରାଏସ୍ ଏବଂ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣର ଆନ୍ତର୍ଜାତୀୟ ପରାମର୍ଶଦାତା ବୋର୍ଡରେ ସାମିଲ୍ ଅଛନ୍ତି। ରତନ ଟାଟା ୧୯୯୧ରେ JRD ଟାଟା ପରେ ଟାଟା ଗ୍ରୁପ୍‌ର ପଞ୍ଚମ ଚେୟାରମ୍ୟାନ୍ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ରତନ ଟାଟାଙ୍କ ଭିଡିଓ ହେଲା ଭାଇରାଲ ! ପୁଣି ଥରେ ଲୋକେ କହିଲେ ବାଃ ବାଃ, ଦେଖନ୍ତୁ..

ଜାଗୁଆର ଏବଂ ଲ୍ୟାଣ୍ଡ୍‌ ରୋଭର ମାଲିକାନା:

ତାଙ୍କର କଠିନ ପରିଶ୍ରମ ସହିତ ସେ ଟାଟା ଗ୍ରୁପ୍‌ର ଭାବମୂର୍ତ୍ତିକୁ ବଦଳାଇ ଏହାକୁ ଖୁବ ଉଚ୍ଚତାକୁ ନେଇଗଲେ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ ପରେ ୧୯୯୮ରେ ଟାଟା ମୋଟର୍ସର ଟାଟା ଇଣ୍ଡିକା ବଜାରରେ ପ୍ରବେଶ କଲା। ୨୦୦୭ ମସିହାରେ, ରତନ ଟାଟାଙ୍କ ନେତୃତ୍ୱରେ ଟାଟା ସନ୍ସ ଜାପାନର କୋରସ୍ ଗ୍ରୁପ୍ ହାସଲ କରିଥିଲା। ରତନ ଟାଟାଙ୍କ ନେତୃତ୍ୱରେ ଟାଟା ମୋଟର୍ସ ମାର୍ଚ୍ଚ ୨୦୦୮ରେ ଫୋର୍ଡ ମୋଟର କମ୍ପାନୀରୁ ଜାଗୁଆର ଏବଂ ଲ୍ୟାଣ୍ଡ୍‌ ରୋଭର କିଣିଥିଲା।

Ratan tata turns 85 know here the unknown fact(କାର୍ ପ୍ରେମୀ ରତନ ଟାଟା)

ନାନୋ କାର୍‌ର ବଜାର ପ୍ରବେଶ:

ରତନ ଟାଟା ସେହି ଲୋକମାନଙ୍କ ପାଇଁ ମଧ୍ୟ ଭାବିଥିଲେ, ଯେଉଁମାନେ କାର୍‌ କିଣିବାକୁ ଇଛା କରୁଥିଲେ, କିନ୍ତୁ ଏହାକୁ କିଣିବାକୁ ଅସମର୍ଥ ଥିଲେ। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଲୋକମାନେ କାର୍‌ କିଣିବାକୁ ସକ୍ଷମ ହେଉ ନଥିଲେ। ସେଥିପାଇଁ ରତନ ଟାଟା ସେମାନଙ୍କୁ ଦୃଷ୍ଟିରେ ରଖି କାର୍‌ ବଜା୍‌ରରେ ଲକ୍ଷେ ଟଙ୍କିଆ ନାନୋ କାର୍ ଲଞ୍ଚ କରିଥିଲେ। ୨୦୦୮ରେ ରତନଙ୍କ ସ୍ୱପ୍ନର କାର୍‌ ନାନୋ ବଜାରକୁ ଆସିଥିଲା।

ରତନ ଟାଟାଙ୍କ ପ୍ରେମ ଜୀବନ:

ରତନ ଟାଟାଙ୍କ ପ୍ରେମ ଜୀବନ ମଧ୍ୟ ବହୁତ ଆକର୍ଷଣୀୟ। ସେ ତାଙ୍କ ଜୀବନରେ ଚାରିଥର ପ୍ରେମରେ ପଡିଥିଲେ, କିନ୍ତୁ ବିବାହ କରିପାରି ନଥିଲେ। ଏକ ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ ସେ ଚାରିଥର ପ୍ରେମରେ ପଡିଛନ୍ତି ଏବଂ ଏହିସବୁ ପ୍ରେମ ଏତେ ଗଭୀର ଥିଲା ଯେ କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ପ୍ରତ୍ୟେକ ଥର ଶେଷ ସ୍ଥିତିରେ ଏହା ଭାଙ୍ଗିଯାଉଥିଲା।

ଦେଖନ୍ତୁ ଭିଡିଓ: କାହାକୁ ଭଲ ପାଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ?

ଏହି ଚାରୋଟି ପ୍ରେମ କାହାଣୀ ମଧ୍ୟରୁ ଟାଟାଙ୍କର ସବୁଠାରୁ ଗମ୍ଭୀର ପ୍ରେମ କାହାଣୀ ଆମେରିକାରେ ରହଣୀ ସହ ଜଡିତ।

ଟାଟାଙ୍କ କହିବାନୁସାରେ, "ଆମେରିକାରେ ପ୍ରେମରେ ପଡ଼ିବା ପରେ ଆମେ ବିବାହ କରିବାକୁ ଯାଉଥିଲୁ। ସେହି ସମୟରେ ମୁଁ ଭାରତ ଫେରି ଆସିଥିଲି। ସେ ମଧ୍ୟ ଭାରତ ଆସିବାର ଥିଲା, କିନ୍ତୁ ୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧ ହେତୁ ସେ ଭାରତକୁ ଆସିପାରିଲେ ନାହିଁ। ଏହାର କିଛି ବର୍ଷ ପରେ ସେ ଆମେରିକାରେ ଅନ୍ୟ କାହାକୁ ବିବାହ କରିଥିଲେ।"

Tata Motors Ratan Tata Happy Birthday Tata Sons Tata Groups
Advertisment
Advertisment